ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିକ୍ଷକ ମାନେ ଟଙ୍କା ଦାନ କରିଥିବା ଜଣାପଡିଛି। ଶିକ୍ଷକ ସଂଘ ତରଫରୁ ସମସ୍ତ ଶିକ୍ଷକ ମୋଟ ଚାରିଲକ୍ଷ ବୟାଅସୀ ହଜାର ସାତ ଶହ ସତାଅଶୀ ଟଙ୍କା ଦାନ କରିଛନ୍ତି। ଏହି ଟଙ୍କା ସରକାର କରୋନା ବାବଦରେ ଖର୍ଚ୍ଚ କରିବା ପାଇଁ ପଠାଯାଇଛି। ରେଢାଖୋଲ ବ୍ଲକ୍ ଶିକ୍ଷା ଅଧିକାରୀ ଭଗବାନ ବାଙ୍କିଆ, ଶିକ୍ଷକ ସଂଘର ସନ୍ତୋଷ କୁମାର ମହାପାତ୍ର, ଲୋଚନ ଦ୍ୱିବେଦୀ, ସନ୍ତୋଷ କୁମାର ପ୍ରଧାନ,ଏବଂ ଅନୀଲ କୁମାର ମେହେର ପ୍ରମୁଖ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍ ମାଧ୍ୟମରେ ପଠାଇଥିବା ଜଣା ପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post