ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡିର ଜୀବନବିନ୍ଦୁ, ୪୦ ୟୁନିଟ ସଂଗୃହିତ

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):   ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଅପରାହ୍ନ ସମୟରେ  ଶାନ୍ତିନଗର ସ୍ଥିତ  କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ  ୪୦ ଜଣ  ସ୍ବେଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ବୁର୍ଲା ରକ୍ତଭଣ୍ଡାରର ଭ୍ରାମ୍ୟମାଣ  ରକ୍ତ ସଂଗ୍ରହ ଯାନରେ ରକ୍ତ ସଂଗୃହିତ ହୋଇଥିଲା । ବିଜୁ ଜନତା ଦଳର  ପୂର୍ବତନ ଜିଲ୍ଲା ସଭାପତି  ଆର୍ତ୍ତତ୍ର।ଣ ମିଶ୍ର ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଂକ ମଧ୍ୟରେ ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଭ୍ୟ ଗୋକୁଳ ମେହେର, ହୀରାଲାଲ ବେହେରା,  ଶୈଳେଶ ଦାନୀ, ମହାନଗର ସଭାପତି  ପ୍ରଫୁଲ୍ଲ କୁମାର ଦାଶ, ଜିଲ୍ଲା ମହିଳା ସଭାନେତ୍ରୀ ରାଜଲକ୍ଷ୍ମୀ ପ୍ରଧାନ,  ଡା ସୁମିତ୍ରା ଅଗ୍ରୱାଲ, ହୀରାକୁଦ ମହିଳା ସଭାପତି ରେଣୁବାଲା ମରେଇ, ମହମ୍ମଦ ସନାଉଲ୍ଲା,ମହମ୍ମଦ ଶୋଭନ, ଅଶୋକ ପଟେଲ, ହେରମ୍ବ ଚନ୍ଦ୍ର ଦାନୀ, ଦେବାଶିଷ ନନ୍ଦ, ସୁନନ୍ଦା ଚଇନି, ସୌରୀ ପାଣିଗ୍ରାହୀ, ସତ୍ର୍ୟେନ୍ଦ୍ର  ଦାଶ, ଦୁଲାଲ ରାୟ, ଲକ୍ଷ୍ମୀ ନାରାୟଣ  ପ୍ରଧାନ, ରବିନ୍ଦ୍ର ସିଂ, ବବି ସିଂ, ସୁରେନ୍ଦ୍ର  ବିଶ୍ୱାଳ, ସୁମନ୍ତ୍ର ପଣ୍ଡା, ମମତା ପଣ୍ଡା,ତପନ ଗୁରୁ,  ମାୟାଧର ଜେନା, ବିଜୟ ଆଜମେରୀଆ  ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ |

ଏହି ରକ୍ତଦାନ ଶିବିରକୁ ବୁର୍ଲା ରକ୍ତଭଣ୍ଡାରର ଡାକ୍ତର ଏବଂ କର୍ମକର୍ତ୍ତା ପରିଚାଳନା କରିଥିବାବେଳେ ବିଜୁ ଜନତା ଦଳ ପକ୍ଷରୁ ଜୟକୃଷ୍ଣ ବେହେରା, ସଂଜୀବ ଷଡଙ୍ଗୀ, ବୁଦ୍ଧଦେବ ସାହୁ, ଫକୀର ପଧାନ, ବୁଲୁ ତ୍ରିପାଠୀ,  ଜିତେନ୍ଦ୍ରିୟ ବିଶି, ହରିହର ପାଣି, ମାମି ନାୟକ, ସସ୍ମିତା ବେହେରା, ସନ୍ଦୀପ ବରାଇ, ହସିନା ବି, ବୃନ୍ଦା କଟା, ସଞ୍ଜୟ ମହାପାତ୍ର, ଅଶୋକ ମିଶ୍ର, କିଶୋର ମୁଣ୍ଡା  ପ୍ରମୁଖ ସହଯୋଗ କରିଥିଲେ | ସମସ୍ତ ରକ୍ତ ଦାତା,ସ୍ବେଚ୍ଛାସେବୀ ଓ ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ମାନଙ୍କୁ ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଆନ୍ତରିକ କୃତଜ୍ଞତା  ଜଣାଇଥିଲେ ।

Leave A Reply

Your email address will not be published.