ସିନାପାଲ୍ଲୀ(ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ମାଲପଡା ଗ୍ରାମର ସାବିତ୍ରୀ ହଂସ ଦିର୍ଘ ୬ ମାସ ହେଲା ଝୁଣ୍ଟି ପଡି ନିଜର ଡାହାଣ ଗୋଡ ଭାଗିଂ ଘରେ ବସିଛନ୍ତି | ଯାହା କିଛି ନିଜ ଉପାର୍ଜିତ ଅର୍ଥରୁ ପ୍ରଥମେ ଖଡିଆଳ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଳାପରେ ମଧ୍ୟ ସଂମ୍ପୁର୍ଣ ଠିକ୍ ହେଇ ପାରିନାହାନ୍ତି । ଅଧିକ ଚିକିତ୍ସା ପାଇଁ ଆର୍ଥ ସାଜିଲା ବାଧକ ସାଜିଥିବା ଯୋଗୁ ଆର୍ଥିକ ସହାୟତା ପାଇଁ ଗଣମାଧ୍ୟମରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଆଜି ଯାଦବ ବିକାଶ ପରିଷଦ ନୂଆପଡା ର ଜିଲ୍ଲା ସଭାପତି କପିଲେନ୍ଦ୍ର ଭୋଇକଂ ନେତୁତ୍ବରେ ଏକ ୮ ଜଣିଆ ପ୍ରତିନିଧି ଦଳ ଆଜି ମାଳପଡା ଗସ୍ତକରି ସାବିତ୍ରୀ ହଂସକୁ ନଗଦ ୫୦୦୦ ଟକାଂ ସହ ଗୋଟିଏ ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଯାଦବ ବିକାଶ ପରିଷଦ ନୂଆପଡା ର ଜିଲ୍ଲା ଉପସଭାପତି ରତ୍ନାକର ଠେଲା ଜିଲ୍ଲା ସାଧାରଣ ସଂମ୍ପାଦକ ଝମ୍ପେଶ୍ବର ସଳମା ସିନାପାଳି ବ୍ଳକ ଯାଦବ ସମାଦ ସଭାପତି ଉଜ୍ବଳ ହଂସ, ଯାଦବ ବିକାଶ ପରିଷଦ ଖଡିଆଳ ବ୍ଳକ ସଭାପତି ଚମ୍ପେଶ୍ବର ବନ୍ଦିଛୋର ଉପସଭାପତି ହେମସାଗର ନାଗ, ବୋଡେନ ବ୍ଳକ ସଭାପତି ଲିଲେନ୍ଦ୍ର ହଂସ, ସିନାପାଳି ବ୍ଳକ ଉପସଭାପତି ଲମ୍ବୋଦର, ଗହିର ସମ୍ପାଦକ ରମେଶ କଟା, ସନ୍ତୋଷ ହଂସ, ବେଦବ୍ୟାସ ବାଗ ପ୍ରମୁଖ ଯୋଗ ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.