ଓଏଏସ ପ୍ରାର୍ଥୀଙ୍କ ହଠାତ୍ ମୃତ୍ୟୁ, ସାରା ସହରରେ ଶୋକାକୁଳ ପରିବେଶ।

16

ଟିଟିଲାଗଡର ଜଣେ ସ୍ୱନାମଧନ୍ୟ ଶିକ୍ଷକ ଶ୍ରୀ ଚିନ୍ତାମଣି ମହାପାତ୍ରଙ୍କ ବଡ଼ ପୁଅ ଅଭିଳାଷ ସ୍ୱରୂପ ମହାପାତ୍ର ଙ୍କ ଆଜି ସକାଳୁ ମୃତ୍ୟୁ ହୋଇଛି। ସେ ଗତ ବର୍ଷ ନିଜର ପରିଶ୍ରମ ଓ ଟ୍ୟାଲେଣ୍ଟ୍ ବଳରେ ସାରା ରାଜ୍ୟରେ ପ୍ରମୁଖ ସ୍ଥାନରେ ରହି ଆମ ବଲାଙ୍ଗୀର ଜିଲ୍ଲା ଓ ଟିଟିଲାଗଡ ସହର ତଥା ତାଙ୍କ ମାତା ପିତାଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲେ। ସେ ଆଜି ଆମ ଗହଣରେ ନାହାନ୍ତି। ଗତକାଲି ରାତିରେ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ହୋଇଛି। ସେ ଓଡ଼ିଶା ସରକାର ଙ୍କ ଫାଇନାନ୍ସ ବିଭାଗ ରେ କାର୍ଯ୍ୟରତ ଥିଲେ , ତା ପୂର୍ବ ରୁ union bank of india ରେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁ ରେ ପରିବାରବର୍ଗ ସହିତ ପୁରା ସହର ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳୁଛି।

Leave A Reply

Your email address will not be published.