କନ୍ଧମାଳ ଫ୍ରେସ୍ ଘୁ ଉଦୟଗିରି କାହା ସ୍ବାର୍ଥରେ : ଜିଲ୍ଲାପାଳ ନଜର ଦେବେ କି ?

0

 ‘ କୃଷକ ମାନଙ୍କ  କଲ୍ୟାଣ ନିମନ୍ତେ  ରାଜ୍ଯ  ଏବଂ କେନ୍ଦ୍ର  ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବା ସହିତ  ତାର ସଫଳତା ପାଇଁ ବିଭିନ୍ନ  ସାମାଜିକ /ସ୍ବେଛାସେବୀ  ଅନୁଷ୍ଠାନ  ମାନଙ୍କୁ ଆର୍ଥିକ  ସହାୟତା ପ୍ରଦାନ କରିବା ସହ ଆବଶ୍ୟକ  ଅନୁଯାୟୀ  ସରକାରୀ  ସୁବିଧା ଯୋଗାଇ ଦେଉଛନ୍ତି । କୃଷକ ମାନଙ୍କ  ଉତ୍ପାଦିତ ସାମଗ୍ରୀ  ଗୁଡ଼ିକ  ଯେପରି ଠିକ ଭାବେ ବିକ୍ରୟ  ହେବାସହ ଉଚିତ ମୂଲ୍ୟ ପାଇବେ ତତ୍ ସହିତ  କୃଷକ ମାନେ ବ୍ୟବସାୟ  ମାନଙ୍କ ଶୋଷଣ ର ଶିକାର ରୁ ରକ୍ଷାପାଇବା ନିମିତ୍ତ  ଜିଲ୍ଲାର  ପ୍ରମୂଖ ସହର ଗୁଡିକରେ  ବିପଣନ ଭିତ୍ତିଭୂମି ନିର୍ମାଣ କରିଛନ୍ତି ।ଏହାସହ ଉପଭୋକ୍ତା  ଉଚିତ ମୂଲ୍ଯ ରେ ସେମାନଙ୍କର  ଆବଶ୍ୟକ  ସାମଗ୍ରୀ ପାଇପାରିବେ। କନ୍ଧମାଳ  ଜିଲ୍ଲା ର ଘୁ ଉଦୟଗିରି  ଠାରେ ITDA  ବିଭାଗ ଦ୍ଵାରା  କନ୍ଧମାଳ ଫ୍ରେସ୍ ଶୀତତାପ ବିପଣନ କେନ୍ଦ୍ର  ଅଳ୍ପ କେଇ ମାସ ହେଲା କାର୍ଯ୍ୟକାରୀ ହେଉଥିବା ଦେଖାଯାଇଛି । ଯଦିବା ନିର୍ମାଣ ର ବହୁଦିନ  ପରେ  ଜିଲ୍ଲା ର ଅଗ୍ରଣି ସ୍ବେଛାସେବୀ ଅନୁଷ୍ଠାନ  ସ୍ଵତୀ  କୁ ପରିଚାଳନାକରିବା ପାଇଁ ହସ୍ତାନ୍ତର କରାଯାଇଛି କିନ୍ତୁ  ଏହା ମୂଳ ଲକ୍ଷ୍ୟ ରୁ ବ୍ୟତିକ୍ରମ  ହେବାର ଦେଖାଯାଉଛି ।  କନ୍ଧମାଳ  ଜିଲ୍ଲାର  କୃଷକମାନଙ୍କ  ଦ୍ବାରା  ଉତ୍ପାଦନ  କରାଯାଇଥିବା  ସମସ୍ତ  କୃଷିଜାତ ସାମଗ୍ରୀ  ଯଥା ସସ୍ୟ, ଲଘୁ ସସ୍ୟ, ଡାଲି, ପନିପରିବା, ଫଳମୂଳ, କ୍ଷୀର,ମସଲା,  ଲଘୁ ବନଜାତ ସାମଗ୍ରୀ ଯେପରି ମହୁ ଏବଂ ଏହାର ଖାଦ୍ୟ ପ୍ରକ୍ରୀୟା ସାମଗ୍ରୀ  ଉଚିତ ମୂଲ୍ୟରେ ଉପଲବ୍ଧ କରାଇବା,  ସ୍ଥାନୀୟ ଶିକ୍ଷିତ ଯୁବକ  ବା ଯୁବତୀ  ମାନଙ୍କୁ  କାଯ୍ୟରେ ନିୟୋଜିତ କରିବା  ,SHG  ମାନଙ୍କ  ଦ୍ଵାରା  ପ୍ରସ୍ତୁତ ସାମଗ୍ରୀ , ସବୁଠାରୁ ବଡକଥା ହେଲା ବିଷମୁକ୍ତ  ଖାଦ୍ୟ ସାମଗ୍ରୀ  ମହଜୁଦ ରଖିବା କଥା କିନ୍ତୁ  ସେଭଳି କିଛି ବ୍ୟବସ୍ଥା  ଉପଲବ୍ଧ ଥିବା  ଲକ୍ଷ୍ୟ କରାଯାଉ ନାହି  ଉପର ଫୋଟ ଗୁଡିକରୁ ଜଣାପଡେ , କଂପାନୀ ଗୁଡିକର ସାମଗ୍ରୀ  ଛଡା ନାମକୁ ମାତ୍ର  ସ୍ତାନୀୟ  ବଜାରରୁ କିଛି ପରିବା ସଂଗ୍ରହ କରି ରଖିବା ଛଡା ଆଉକିଛିନୁହଁ । ଅଧିକାଂଶ ସମୟରେ  ବନ୍ଦ  ରହିବା ,ସ୍ତାନୀୟ  ସେଲସମେନ  ପରିବର୍ତ୍ତେ  ନିଜ ପରିବାର ସମ୍ପର୍କିୟ କୁ ନିୟୋଜିତ କରିବା   ଭଳି ବ୍ୟତିକ୍ରମ ଦେଖାଯାଉଛି । ଏଠାରେ ପ୍ରଶ୍ନ ଉଠେ  ତାହାଲେ ଏହି କେନ୍ଦ୍ର  କାହାପାଇଁ ଅଞ୍ଚଳ  ବାସିନ୍ଦା ନା କୃଷକ ନା SHG ନା  ସରକାରଙ୍କ  ଉଦ୍ୟମ  ନା ଜିଲ୍ଲା  ପ୍ରଶାସନ  ନା ସ୍ତାନୀୟ  ଯୁବକ ଯୁବତୀ ନା  ପରିଚାଳନା କରୁଥିବା  ଅନୁଷ୍ଠାନ ର  ହିତ ସାଧନ ହେଉଛି। ଜନ ସାଧାରଣଙ୍କ  ଟିକସ ରେ ନିର୍ମିତ   କେନ୍ଦ୍ର  ଯଦି  ଅଞ୍ଚଳ ବାସୀଙ୍କ ହିତ ସାଧନ ନ କରେ ଏଥି ପାଇଁ  ଉତ୍ତରଦାୟୀ  କିଏ ଜିଲ୍ଲା ପ୍ରଶାସନ  ନା   ସ୍ବାତୀ   ଅନୁଷ୍ଠାନ ।

(ମହମ୍ମଦ ଜିଆଉଦ୍ଦିନ ଅହମ୍ମଦ, ସାମାଜିକ କାର୍ଯ୍ୟକର୍ତ୍ତା)

Leave A Reply

Your email address will not be published.