ପଣ୍ଡିତ ପୁଅ ମାଙ୍କଡ ମାଇଲେ ଦୋଷ ନାହିଁ, ପୋଲିସ ଚୋରି କଲେ ମାଫ 

0 2

ଏସି ଚୋରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ !!!!

ଭୁବନେଶ୍ୱର : ପୋଲିସର କାମ ଚୋରକୁ ଧରିବ ବା ବାନ୍ଧିବ  | ହେଲେ ପୋଲିସ ଯଦି ଚୋରି କରିବ ତେବେ ତାକୁ କିଏ ବାନ୍ଧିବ ! ସପ୍ରମାଣ ଚୋରି ଧାରା ପଡିବା ପରେ ଏକ ସରକାରୀ କାର୍ଯ୍ୟାଳୟରୁ ଚୋରି କରିବା ଅଭିଯୋଗରେ ସେଇ ପୋଲିସ ବିରୋଧରେ କାର୍ଯାନୁଷ୍ଠାନ ହେବା କଥା | ଚୋରିକୁ ନେଇ ହୋ ହାଲ୍ଲା ହେବା ଆଉ ତଦନ୍ତ ରିପୋର୍ଟ ଆସିବା ପରେ ବି ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଘଟଣାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା | ମାନେ ପଣ୍ଡିତ ପୁଅ ମାଙ୍କଡ ମାଇଲେ ମାଫ ପରି ପୋଲିସ ସରକାରୀ କାର୍ଯ୍ୟାଳୟରୁ ଚୋରି ପରି ଗର୍ହିତ ଅପରାଧ କଲେ ବି ମାଫ ନା କଣ !! ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ବାସ୍ତବରେ ଘଣ୍ଟା ଘୋଡ଼ାଉଛି କିଏ , ପ୍ରଶ୍ନ ଉଠିବା ସ୍ୱାଭାବିକ | 

 ଦେଢ଼ବର୍ଷ ତଳେ ଖାରବେଳ ନଗର ଥାନାରୁ ଗାଏବ ହୋଇଯାଇଥିଲା ଦୁଇଟି ଏସି | ବହୁତ ଦିନ ପରେ ଘଟଣାର ତଦନ୍ତ ହୋଇ ରିପୋର୍ଟ ଆସିବା ପରେ ଜଣା ପଡିଥିଲା ଯେ ସେଇ ଏସିକୁ  ସେଇ ଖାରବେଳନଗର ଥାନାର ତତ୍କାଳୀନ କନେଷ୍ଟବଳ ପ୍ରବୋଧ କୁମାର ଦାଶ ଥାନା କର୍ତ୍ତୁପକ୍ଷଙ୍କ ଅଗୋଚରରେ ନେଇଯାଇଥିଲେ ବା ସିଧା ସିଧା କହିଲେ  ଏସି ୨ଟି ଚୋରିକରିଛନ୍ତି | ଥାନାରୁ ବଦଳି ହୋଇ ଯିବା ସମୟରେ କନେଷ୍ଟବଳ ଶ୍ରୀ ଦାଶ ଏସି ଦୁଇଟି ଗୋଟାଏ ଅଟୋରେ ଲଦି ନେଇଯାଇଥିଲେ ବୋଲି ରିପୋର୍ଟରେ କୁହଜାଇଥିବା ଜଣାପଡିଛି | ଅଭିଯୁକ୍ତ କିଏ ଜଣା ପଡିବା ପରେ ବା ଘଟଣା ପ୍ରଘଟ ହେବା ପରେ  ପରେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ହେଲେ ଏହା ଅଗୋଚରରେ ଘଟିଥିଲା ନା ଥାନାର ଥାନା ବାବୁ ଓ ଅନ୍ୟ ଆଂଧୀକାରୀଙ୍କ ଜାଣତରେ ହୋଇଥିଲା | ଥାନାରୁ ଏସି ନେଲାବେଳେ କେହି ଆପତ୍ତି ଦର୍ଶାଇଲେ ନାହିଁ କେମିତି | ନ ଥାନାର ଅନ୍ୟ ଅଧିକାରୀଙ୍କ ଜାଣତରେ ଏହା ହୋଇଥିଲା | ସେ ଏସି ସରକାରୀ ଥିଲା ନା ବେସରକାରୀ ଅର୍ଥରେ ଲାଗିଥିଲା ବା ଶ୍ରୀ ଦାଶ ଏହା ଲଗାଇଥିଲେ | ସରକାରୀ ଏସି ଥିଲା ଯଦି ସେ ନେଲେ କେମିତି ? ବେସରକାରୀ ବା ବ୍ୟକ୍ତିଗତ ଥିଲା ଯଦି ତାକୁ ଥାନାରେ ଲଗାଗଲା କେମିତି ? ଏହାସହିତ ଯଦି ବେସରକାରୀ ଏସି ଲାଗିଥିଲା ତେବେ ଏସିଏ ବିଜୁଳି ଦେୟ ସରକାରୀ ତହବିଲରୁ ଗଲାନା ନାହିଁ ???  ଏଭଳି ଅପରାଧ ଘଟିଥିବା ବେଳେ ନୂଆପଲ୍ଲୀ ଥାନାରେ କାର୍ଯ୍ୟରତ ପ୍ରବୋଧଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଏଯାବତ ହୋଇନି କାହିଁକି !! ନିୟମ କଣ ସାଧାରଣ ଲୋକଙ୍କ ପାଇଁ ଯାହା ପୋଲିସ ପାଇଁ ଅଲଗା !!!  ଗତବର୍ଷ ଫେବ୍ରୁଆରି ୨୪ ତାରିଖରେ ଖାରବେଳନଗର ଥାନାରୁ ୨ଟି ଏସି ଚୋରି ହୋଇଥିବା ଘଟଣାକୁ ନେଇ ହୋ ହାଲ୍ଲା ହେବା ପରେ  ଏହି ଅଭିଯୋଗ ଉପରେ ଡିସିପିଙ୍କ ନିର୍ଦ୍ଦେଶରେ  ତଦନ୍ତ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ କାହିଁକି ହୋଇନାହିଁ, ତାହା କମିସନରେଟ ପୋଲିସର ବିଶ୍ୱସନୀୟତା ଓ ପ୍ରତିବଦ୍ଧତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି |                       

Leave A Reply

Your email address will not be published.