ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା-୨୦୧୮ର ଫଳ ମଇ ୦୭ ସୋମବାର ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଗଣଶିକ୍ଷା ସଚିବ ଭାବରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଉକ୍ତ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାରେ ରେଗୁଲାର ପରୀକ୍ଷାର୍ଥୀମାନଙ୍କ ପାଶର ହାର ୬୫.୭୬ ପ୍ରତିଶତ ରହିଥିବାର ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ୫୯୩ ଗୋଟି ହାଇ ସ୍କୁଲର ମୋଟ ୩୪ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ମୋଟ ୬୦୦ ନମ୍ବର ମଧ୍ୟରୁ ୫୦ ମାର୍କର ଅବଜେକଟିଭ ଓ ୫୦ ମାର୍କର ସବଜେକଟିଭ ପ୍ରଶ୍ନର ଉତ୍ତର ଦେଇଥିଲେ । ଗ୍ରେଡ଼ ଅନୁଯାୟୀ ପ୍ରକାଶ ପାଇଥିବା ଫଳାଫଳ ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଏ ଗ୍ରେଡ଼(ଆଉଟଷ୍ଟାଣ୍ଡିଂ) ଅନୁଯାୟୀ ୫୪୦ ରୁ ୬୦୦ ମାର୍କ ମଧ୍ୟରେ ୫୯ଜଣ, ଏ-୨ ଗ୍ରେଡ଼(ଏକ୍ସିଲେଣ୍ଟ) ଅନୁଯାୟୀ ୪୮୦ରୁ ୫୩୯ ମାର୍କ ମଧ୍ୟରେ ୪୪୦ଜଣ, , ଗ୍ରେଡ଼ ବି-୧(ଭେରିଗୁଡ଼) ଅନୁଯାୟୀ ୪୨୦ରୁ ୪୭୯ ନମ୍ବର ମଧ୍ୟରେ ୧ ଜହାର ୨୨୧ ଜଣ, ବି-୨(ଗୁଡ଼) ଗ୍ରେଡ଼ ଅନୁସାରେ ୩୬୦ରୁ ୪୧୯ ନମ୍ବର ମଧ୍ୟରେ ୨ହଜାର ୫୧୬ ଜଣ, ସି ଗ୍ରେଡ଼(ଏବଭ ଆଭେରେଜ) ମଧ୍ୟରେ ୩୦୦ରୁ ୩୩୫୯ ନମ୍ବର ମଧ୍ୟରେ ୪ହଜାର ୪୩୪ ଜଣ , ଡ଼ି ଗ୍ରେଡ଼(ଆଭେରେଜ) ଅନୁସାରେ ୨୪୦ ମାର୍କରୁ ୨୯୯ ମଧ୍ୟରେ ୭ ହଜାର ୭୭୨ଶହ ଜଣ ଓ ଇ ଗ୍ରେଡ଼ (ଫେୟାର) ଅନୁସାରେ ୧୯୮ରୁ ୨୩୯ ମାର୍କ ମଧ୍ୟରେ ୬ ହଜାର ୦୪୫ ଜଣ ଓ ଇ ଗ୍ରେଡରେÿ ୧୯୮ ମାର୍କ ତଳକୁ ୧୧ ହଜାର ୭୧୦ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥି ସହିତ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କପି କରି ଧରାପଡ଼ିଥିବା କାରଣରୁ ସେମାନଙ୍କର ପରୀକ୍ଷାଫଳକୁ ତାଲିକାରୁ ବାଦ ଦିଆଯାଇଛି । ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ରେ ବାରିପଦା ଏମକେସି ହାଇସ୍କୁଲରୁ ଦୀପ୍ତିମୟୀ ଶତପଥୀ ୫୫୫, ଏସକେ ସିରାଜଉଦ୍ଧିନ ୫୫୪ ଓ ରାଜ ଲକ୍ଷ୍ମୀ ସାହୁ ୫୪୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଅନ୍ୟମାନେ ଏମାନଙ୍କୁ ଅଭିନନ୍ଦନ ଜଣାଇବା ସାଙ୍ଗକୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଗତ ୨୦୧୫ ମ୍ୟାଟ୍ରିକ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାରେ ରେଗୁଲାର ପରୀକ୍ଷାର୍ଥୀମାନଙ୍କ ପାଶର ହାର ୮୨.୦୪ ପ୍ରତିଶତ ରହିଥିବା ବେଳେ ୨୦୧୬ରେ ହ୍ରାସପାଇ ୭୬.୦୨ ପ୍ରତିଶତ ଓ ୨୦୧୭ରେ ୬୩.୦୨ ପ୍ରତିଶତ ରହିଥିଲା । ପ୍ରକାଶ ଥାଉକି, ୨୦୧୭-୧୮ ଶିକ୍ଷାବର୍ଷରେ ମୟୂରଭଞ୍ଜ ଜିଲ୍ଲାର ୫୯୩ଟି ବିଦ୍ୟାଳୟଗୁଡ଼ିକରୁ ୧୬୮ଟି ପରୀକ୍ଷା କେନ୍ଦ୍ର ମାଧ୍ୟମରେ ୩୫ ହଜାର ୫୨୦ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୧ ହଜାର ୨୭୩ ଜଣ ବିଭିନ୍ନ କାରଣରୁ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ ।