ଶିଳ୍ପାଞ୍ଚଳ : ଲୋକଙ୍କ ବିକାଶ ଶୂନ, ସାଜିଛି କାଳ

0

କଳିଙ୍ଗନଗର : ସାଧାରଣ ଲୋକେ ଧୂଳି ଧୂଆଁରେ ମରିବା ହେବ ସାର

07-05-18-tata-steeljpg.jpg - 51.75 kB

 ଯାଜପୁର ରୋଡ଼/ ଜୟଶଙ୍କର ଦାସଙ୍କ ରିପୋର୍ଟ : ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାରେ  ଯାଜପୁର ଜିଲା କଳିଂଗ ନଗର ଶିଳ୍ପାଞ୍ଚଳ  ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ସମଗ୍ର ଏସିଆ ମହାଦେଶରେ ବୃହତ ଇସ୍ପାତ ପ୍ରକଳ୍ପ  । ନିଳାଚଳ, ବିଆରପିଲ, ମୈଥାନ , ଜିନ୍ଦଲ, ମେସକୋ  ଠାରୁ ଆରମ୍ଭ କରି ଟାଟା ଷ୍ଟିଲ ପର୍ଯ୍ୟନ୍ତ ଯେତେସବୁ ଶିଳ୍ପ ସଂସ୍ଥା ଗଢିଉଠିଛି ସେ ସବୁ ଦେଖିଲେ ଲାଗୁଛି ସମଗ୍ର ଅଞ୍ଚଳର ରାସ୍ତା ଯେମିତି ଷ୍ଟିଲ ରେ ତିଆରି ହୋଇଯିବ  । ବାସ୍ତବ ତ କିନ୍ତୁ ଅଲଗା, କଳିଂଗନଗର ପ୍ରାରମ୍ଭର ଇତିହାସ ଖୋଜିଲେ ଦେଖାଯିବ ‘ଧୂଆବାଣ’ ଅର୍ଥାତ ଫରନେସ୍ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା  ସମୟରେ ଟାୟାର ଲଗାଇ ଫରନେସରୁ ନିର୍ଘାତ ଧୂଆଁ ବାହାର କରି ଘୋଷଣା କରିଥିଲା ମେସ୍କୋ ଷ୍ଟିଲ କାର୍ଯ୍ୟ ଆରମ୍ଭ ଅର୍ଥାତ ନିଚ୍ଛକ ଠକାମି କେବଳ ଭୂଆଁ ବୁଲାଇଥିଲେ କର୍ତ୍ତୁପକ୍ଷ ତତକାଳୀନ ଆଗନ୍ତୁକ ରାଜନେତା | ସେହି ଦିନଠାରୁ ଧୂଆଁବାଣ ର ଶୁଭାରମ୍ଭ କରାଯାଇ ଅଦ୍ୟାବଧି ପ୍ରଚଳିତ ହୋଇଆସୁଅଛି । ପାରିପାଶ୍ୱିର୍କ ଅଞ୍ଚଳରେ ନିଜର ବହୁମୁଖୀ କାର୍ଯ୍ୟକ୍ରମ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀକୟ ଜଳ ଯୋଗାଣ, ଗମନାଗମନ ସର୍ବୋପରି ପ୍ରଦୂଷଣ ମୁକ୍ତ ପରିବେଶ ଗଢି ତୋଳିବା ଦିଗରେ ବିଫଳ ଏହି ଶିଳ୍ପାଞ୍ଚଳ । ଏପରିକି ସୁକିନ୍ଦା ପାଟର ବଛୋପରି ମୋ÷ଜା ଲବଙ୍ଗ ଓ  ସୋଲଗଡ଼ିଆରୁ ୩୫୦ ଏକର ଚାଷଜମିକୁ ନେଇ ଜନସ୍ୱାର୍ଥ ବିରୋଧୀ ଜିନ୍ଦଲ କମ୍ପାନୀ ଥର୍ମାଲ ପାୱାର ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟବସ୍ତୁ କୁ ପୋଖରୀ ନିର୍ମାଣ କରି କୁଢ କୁଢ ବର୍ଯ୍ୟବସ୍ତୁ ପାଉଁଶ ରଖିବାକୁ ଚାହୁଁଛି ତାହା ବ୍ରାହ୍ମଣୀ ନଦୀରେ ବନ୍ୟାସମୟରେ ୨୫ଫୁଟ ପାଖାପାଖି ଉଚ୍ଚାରେ ପାଣି ଜମି ରହିବ । ଏପରିକି ବର୍ଷାଦିନରେ ୮ ଫୁଟରୁ ୧୦ ଫୁଟ ପାଣି ଜମି ରହୁଥିବାର ଦେଖାଯାଏ । ଯଦି ଜିନ୍ଦଲ କର୍ତ୍ତୁପକ୍ଷ ଆଞ୍ଚଳିକ ବିକାଶ କରୁଛନ୍ତି ତେବେ ଏହି ଅଞ୍ଚଳ ଯଥା କମ୍ବାର ଗଡ଼ିଆ ପଞ୍ଚାୟତ, ଖୁପୁରପଦା ପଂଚାୟତ ଅଂଚଳରେ ବିଶେଷ କରି ବର୍ଷାଦିନ ପାଇଁ ଜଳ ନିଷ୍କାସନ ଦିଗରେ ଏପରିକି ହଜାର ହଜାର ଚାଷ ଜମିକୁ ବନ୍ୟା ପ୍ଲାବିତ ରୁ ରକ୍ଷା କରିପାରିଥାନ୍ତେ | କିନ୍ତୁ ଏଇ ଦରଦ ନାହିଁ । କେବଳ ବ୍ୟାନର ପୋଷ୍ଟର ଓ ଗଣମାଧ୍ୟମ ଜନହିତରେ ପ୍ରବଳ ପ୍ରଚାର | ସେହିପରି ପରିସ୍ଥିତି ଓ ପରିବେଶ ସମ୍ପର୍କରେ ବାରମ୍ବାର ରାଜ୍ୟସରକାରୀ ବିଭାଗୀୟ ଅଧିକାରୀ , ରାଜ୍ୟ ପ୍ରଦୂଷଣ ବୋଡର଼୍ ଓ ଜିଲା ପ୍ରଶାସନ ନିକଟରେ ସୁକିନ୍ଦା ପାଟ ଅଂଚଳର ଚାଷୀ ସୁରକ୍ଷା କମିଟି ଜଣାଇ ଆସୁଥିଲେ ମଧ୍ୟ  କୌଣସି ସୁଫଳ ମିଳୁନାହିଁ । ଏହା ବ୍ୟତିତ ସୁକିନ୍ଦା ତହସିଲ ଦାନଗଦୀ ଓ ମାନତିରା ଆରଆଇ ସର୍କଲ ଅଧିନ ସୋଲଗଡ଼ିଆ  ମୌଜା ଓ ଲବଂଗ ସମେତ ୯ ଗୋଟି ମୌଜା ଯଥା କୁମ୍ଭିରଗଡ଼ିଆ, ଖପୁରଆପଦା, ଯଖପୁରା, ମାନତିରା, ରାଛିପୁର ଓ ବ୍ୟାସନଗର ପୌର  ପରିଷଦର ଖଣ୍ଡାହତା ବିରାମଣିପୁର, କୋପଣ୍ଡ ସମେତ ଚାଷି ମଧ୍ୟ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି  । ଯେତେସବୁ ଶିଳ୍ପ ଅଛନ୍ତି କଳିଂଗନଗର ଅଂଚଳରେ  ସରକାର ଙ୍କ ସହ ହୋଇଥିବା ଓଏମୟୁ ଅନୁଯାଇ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଓ ବୃକ୍ଷରୋପଣ ଦିଗରେ ବିଶେଷ ଧ୍ୟାନ ଦେଇ ପାରିପାଶ୍ୱିର୍କ ବିକାଶ ଦିଗରେ ଯଥୋଚିତ ଉନ୍ନତି କରିବା କଥା |  କିନ୍ତୁ ଏଠାରେ ସେସବୁ ପୂର୍ଣ୍ଣ ସଫଳ ହୋଇନଥିବାର ଅଭିଯୋଗ ହୋଇଆସୁଅଛି । କଳିଂଗନଗର ଆଦିବାସୀ ସଂଘର୍ଷରେ ୧୩ଜଣ ଆଦିବାସୀ ସହିଦ ଓ ସେମାନଙ୍କର ପରିବାର ଓ ତାଂକ ଗ୍ରାମାଞ୍ଚଳର ବିକାଶ ଦିଗରେ କି ପଦକ୍ଷେପ ନେଇଛି ପ୍ରଶାସନ ଓ ଶିଳ୍ପ କର୍ତ୍ତୁପକ୍ଷ ତାଙ୍କୁ ହିଁ ଜଣା । ଏହା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଶିଳ୍ପ ସଂସ୍ଥାର ପାରିପାଶ୍ୱିର୍କ ବିକାଶ ଭାଷାର ଶିଳ୍ପସଂସ୍ଥା ମାନଙ୍କର ଧୂଆଁବାଣ । ଟାଟା କହୁଛି ବହୁମୁଖୀ ଯୋଜନା ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, , କ୍ରୀଡ଼ା, ମହିଳା ସଶକ୍ତିକରଣ  , ପାନୀୟ ଜଳ ଯୋଗାଣ, ଗମନାଗମନ, ସଂସ୍କୃତି ସୁରକ୍ଷା ଓ ପ୍ରୋତ୍ସାହନ  କ୍ଷେତ୍ରରେ ଜିଲାବାସୀଙ୍କ ସ୍ୱାର୍ଥ ଓ ସହଭାଗିତାରେ ସଫଳ ହୋଇଛି । ତେଣୁ ପ୍ରକୃତ ପକ୍ଷେ କେତେ କେଉଁଠି ଓ କେବେ ଏବଂ କେତେ ପରିମାଣ ରେ (ଆୟ ଅନୁପାତରେ) ଖର୍ଚ୍ଚ କରୁଛନ୍ତି ଟାଟା ଷ୍ଟିଲ ପରିପାର୍ଶ୍ଵିକ  ବିକାଶ ଦିଗରେ ତାହା ସ୍ପଷ୍ଟ କରିବେକି କର୍ତ୍ତୁପକ୍ଷ ? ଓଡ଼ିଶାର ସାମାଜିକ କଲ୍ୟାଣ ଓ ଅଂଚଳ ର ବିକାଶ କହୁଥବା ଜିନ୍ଦଲ ଷ୍ଟିଲ ଠାରୁ ଆରମ୍ଭ କରି ଟାଟା ଷ୍ଟିଲ ପର୍ଯ୍ୟନ୍ତ କହିବେ କି କଳିଂଗନଗର ରୁ ଉପାର୍ଜନ କରୁଥିବା ଅର୍ଥରୁ କେତେ ପରିମାଣରେ ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି କେତେ ଟଙ୍କା ସିଏସଆର ଫଣ୍ଡରୁ ଖର୍ଚ୍ଚ କରୁଛନ୍ତି ଆଞ୍ଚଳିକ ବିକାଶ ପାଇଁ । କେବଳ ସ୍ୱୟଂ ସହାୟିକା ଗୋଷ୍ଟିକି  ସିଲେଇ ମେସିନ ଧରେଇ ଦେଇ ବଡ଼ ବଡ଼ ହୋଡ଼ିଂ ଲଗାଇ ନିଜସ୍ୱ ଗଣମାଧ୍ୟମରେ ପ୍ରଚାର କରିଦେଲେ ଯେ କଳିଂଗନଗର , ଯାଜପୁର ଓ ସମଗ୍ର ଓଡ଼ିଶାର ବିକାଶ ହୋଇଯିବା ନିଚ୍ଛକ ଧୂୁଆଁବାଣ । ଲୋକଙ୍କୁ ଭକୁଆ ବନାଇବାର ଶସ୍ତା ବ୍ୟବସ୍ଥା । ଯଦି ବିକାଶ ଶବ୍ଦ ବ୍ୟବହାର କରୁଛନ୍ତି ଶି୍ଳ୍ପ ମାନେ ତେବେ ବାସ୍ୱବାବାଦୀ ହେଲେ ବିକାଶ ହେବା ସହିତ ଗରିବୀ ହଟିବ ଓ ସାଧାରଣ ଲୋକଙ୍କ ସହଯୋଗ ବଢିବ । ନଚେତ ସାଧାରଣ ଲୋକେ ଧୂଳି ଧୂଆଁରେ ମରିବେ ରାଜରାସ୍ତାରେ ।

Leave A Reply

Your email address will not be published.