ଅଚେତ ଅବସ୍ଥା ରେ ଯୁବତୀ ଉଦ୍ଧାର 

0 2

ହାଟଡିହି/ ମଜରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳ ରେ ଜଣେ ଯୁବତୀ କୁ ଗାଁ ପୋଖରୀ ନିକଟରୁ ଅଚେତ ଅବସ୍ଥା ରେ ଉଦ୍ଧାର କରାଯାଇଛି. ଖବରରୁ ଜଣାଯାଇଛି ଯେ ଘର ଲୋକ ଖାଇସାରି ଶୋଇ ଥିବା ଅବସ୍ଥାରେ ରାତିରେ ପରିସ୍ରା କରିବା ପାଇଁ ପରିବାର ଲୋକ ଉଠି ଥିଲେ. ଦେଖିଲା ବେଳକୁ ଝିଅ ଘରେ ନ ଥିଲା  | ରାତି ସାରା ଲୋକ ମାନେ ଝିଅକୁ ଖୋଜା ଖୋଜି କରିଥିଲେ | ଗାଁ ର ଜଣେ ଲୋକ ବିଲ କୁ କାମ କରିବା ପାଇଁ ଯାଉଥିବା ବେଳେ ଯୁବତୀ ଜଣକ ପୋଖରୀ ନିକଟରେ ପଡ଼ିଥିବା ଦେଖି ତାଙ୍କ ଘର ଲୋକଙ୍କୁ ଖବର ଦେଇ ଥିଲେ|  ପରେ ଚିକିତ୍ସା ପାଇଁ ଯୁବତୀ କୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା |  ଯୁବତୀ ଜଣକ ନାବାଳିକା ଥିବା କୁହାଯାଉଥିବା ବେଳେ ନନ୍ଦିପଦା ପୋଲିସ ଏହି ଘଟଣା ରେ ଜଣେ ଯୁବକ କୁ ଅଟକ ରଖି ତଦନ୍ତ କରୁଛି |

Leave A Reply

Your email address will not be published.