ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୬ ଟି କରୋନା ପଜିଟିଭ୍ :  ଜିଲ୍ଲାପାଳ ଅନୁପମ ସାହା

0 2

http://www.youtube.com/watch?v=R4mBsAec-Mo

ମାସକ ଭିତରେ ଗଜପତିରେ କରୋନା ଆକ୍ରାନ୍ତ ସଂଖ୍ୟା ପହଁଚିଲା ୩୫୫ରେ 

ପ୍ରଥମ ଶହେ ୨୫ ଦିନରେ , ଦ୍ଵିତୀୟ ଓ ତୃତୀୟ ଶତକ ଯଥାକ୍ରମେ ୫ ଓ ୪ ଦିନରେ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୬ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ତାମିଲନାଡୁ ରୁ ୨୩ ଜଣ , ତେଲେଙ୍ଗାନା ରୁ ୨୮ ଜଣ , ଆନ୍ଧ୍ରପ୍ରଦେଶ ରୁ ୧୬ ଜଣ , ୧ ଜଣ ତ୍ରିପୁରାରୁ ଫେରନ୍ତା  । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ୬୮ ଜଣ ଆକ୍ରାନ୍ତ ବ୍ୟକ୍ତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ଅନ୍ୟ ୮ ଜଣ ଆକ୍ରାନ୍ତ କଣ୍ଟାଇନ୍‌ମେଣ୍ଟ ଜୋନ୍‌ରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ।ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାରୁ ସମସ୍ତଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ଥାନାନ୍ତର କରି  ଆର.ସୀତାପୁର ସ୍ଥିତ କୋଭିଡ୍ ହସ୍ପିଟାଲକୁ ଆଣାଯାଇଛି । 

 ଏହି ୭୬ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ୩୫୫ ରେ ପହଞ୍ଚିଲା କରୋନା ପଜିଟିଭ୍ ସଂଖ୍ୟା। ଆଜିର ସମସ୍ତ ୭୬ ଜଣଙ୍କର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।  ଗତ ମେ ମାସ ୨୩ ତାରିଖରେ ଗଜପତି ଜିଲ୍ଲାରେ ନୂଆ କରି ୪ ଗୋଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହା ୨୫ ଦିନ ପରେ ଅର୍ଥାତ ଜୁନ ୧୬ ତାରିଖରେ ଆକ୍ରାନ୍ତ ସଂଖ୍ୟା ୧୦୦ ପାର୍ ହୋଇଥିଲା। ଆଉ ୫ ଦିନରେ ପରେ ଅର୍ଥାତ ଜୁନ ୨୧ ତାରିଖରେ ସଂଖ୍ୟା ୨୦୦ରୁ ଉର୍ଦ୍ଧ୍ବ ହୋଇଥିଲା।ମାତ୍ର ତାହାରି ଆଉ ୪ ଦିନ ପରେ ଅର୍ଥାତ ଆଜି  ୩୦୦ରୁ ଉର୍ଦ୍ଧ୍ବ ହୋଇଛି  କରୋନା ପଜିଟିଭ୍ ସଂଖ୍ୟା ହୋଇଛି। ଜିଲ୍ଲାରେ କ୍ରମାଗତ ଭାବେ କରୋନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି।

Leave A Reply

Your email address will not be published.