ସମ୍ବଲପୁର: (ରମାକାନ୍ତ ବିଶ୍ବାଳ ): ପବିତ୍ର ରଥ ଯାତ୍ରା ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଏବଂ ସାମାଜିକ ସଂଗଠନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ହୁମା ବୀର ସୁରେନ୍ଦ୍ର ସାଏ ଜରାନିବାସ ରେ ରାସନ ସାମଗ୍ରୀ, ଗାମୁଛା, ମାସ୍କ ଆଦି ବଣ୍ଟନ କରାଯାଇଛି । ନିଜ ପରିବାର ସଦସ୍ୟ ମାନଙ୍କ ଠାରୁ ଜରା ନିବାସ ରେ ରହୁଥିବା ଅନ୍ତେବାସୀ ଙ୍କ ସହ ପଶ୍ଚିମାଞ୍ଚଳ ଏକତା ମଂଚ ର ସଦସ୍ୟ ମାନେ କିଛି ସମୟ ଅତିବାହିତ କରିଥିଲେ । ସେମାନଙ୍କ ମନ କଥା ଶୁଣିବା ସହ ରଥଯାତ୍ରା ଅବସରରେ ଭଗବତ ବିଚାର ବିଷୟରେ ଆଲୋଚନା କରିଥିଲେ ।ପଶ୍ଚିମାଞ୍ଚଳ ଏକତା ମଂଚ ଯୁବ ସଂଗଠକ ନିଶିକାନ୍ତ ବିଶ୍ବାଳଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଂଚ ର କେନ୍ଦ୍ରୀୟ କାର୍ଯ୍ୟକ୍ରମ ସଂଯୋଜିକା ଗୀତାରାଣୀ ପଣ୍ଡା, ସୁବୋଧ କୁମାର ଦୋରା,ପଙ୍କଜିନୀ ମେହେର,କାନ୍ତି ମେହେର,ଆଭାସ ପଣ୍ଡା,ରାଜେଶ ସ୍ବାଇଁ,ରାହୁଲ ଗୁପ୍ତା,ଦେବାଶିଷ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ
Sign in
Sign in
Recover your password.
A password will be e-mailed to you.