ବାରିପଦା, (ଦିଲ୍ଲୀପ ମହାନ୍ତି) – ସାଇ ନର୍ସିଂହୋମର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପରମେଶ୍ବର ସିଂଙ୍କୁ ମାଡ ମରାଯିବା ଘଟଣାର ପ୍ରତିବାଦରେ ଜନଜାତି ସୁରକ୍ଷା ମଞ୍ଚର ମୟୂରଭଞ୍ଜ ଶାଖା ତରଫରୁ ଜିଲ୍ଲାପାଳଙ୍କୁ ଲିଖିତ ଦାବୀ ପତ୍ର ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି | ମାଡମରା ଘଟଣାକୁ ୨୦ ଦିନ ହେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବାଧ୍ୟ ହୋଇ ସଂଗଠନ ତରଫରୁ ଆଜି ଏହି ପଦକ୍ଷେପ ନେଇଛି | ଗତ ୨ତାରିଖ ଦିନ ରାତି ନିଶାସକ୍ତ ଅବସ୍ଥାରେ ଐଶର୍ଯ୍ୟରାଜ ପତି, ଲକ୍ଷ୍ମୀକାନ୍ତ ପତି ଓ ଲାଲମୋହନ ମାଝୀ ସାଇ ନର୍ସିଂହୋମରେ ଡାକ୍ତର ସିଂଙ୍କୁ ମାଡ ମରାଯାଇଥିବା ଥାନାରେ ୩ ତାରିଖ ଅଭିଯୋଗ ହୋଇଥିଲା | ବାରିପଦା ଥାନାରେ କେଶ ନଂ, ୩୬୦ରେ ଏକ ମାମଲା ରୁଜୁ ହୋଇଥିଲା | ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଡା. ସିଂ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରିଥିଲେ | ତଥାପି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରାଯିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି | ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେବା ସମୟରେ ପୂର୍ବତନ ସିଡିଏମ୍ଓ ଡାକ୍ତର ଚନ୍ଦନ ମୁର୍ମୁ, ଡା. ଘନଶ୍ୟାମ ନାଏକ, ଡା. ମାନଗୋବିନ୍ଦ ସେନାପତି, ଲାଲମୋହନ ସିଂ, ପରେଶ ସିଂ, ଧୂମେଶ୍ବର ବାସ୍କେ, ବିଜୟ କୁମାର ମହାନ୍ତ, ଦାଖିନ ମୁର୍ମୁ, ଭୁଣ୍ଡା ମାରାଣ୍ଡି, ସମରାୟ ଟୁଡୁ, ବିକ୍ରମ କିଶୋର ହେମ୍ବ୍ରମ, ନରିକ ସିଂ ପୂର୍ତ୍ତି, ମାଣିକେଶ୍ବର କରେଇ, ସାନୁ ସିଂ, ମହେନ୍ଦ୍ର ମହାନ୍ତ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଦିବାକର ମହାନ୍ତ, ଘନଶ୍ୟାମ ମହାନ, ଲିଙ୍ଗରାଜ ମିଶ୍ର ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.