ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ଆଜି ରେଢାଖୋଲ ଆମ୍ ଆଦମୀ ପାର୍ଟି ପକ୍ଷରୁ ସ୍ଥାନୀୟ ଭୀମ ଭୋଇ ଛକ ଠାରେ ଗତ୧୫ତାରିଖ ରାତିରେ ପୂର୍ବ ଲାଦାଖ ସୀମା ଗଲୱାନ ଉପତ୍ୟକା ରେ ଚାଇନା ସୈନିକଙ୍କ ଆକ୍ରମଣରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ସହିଦ ହୋଇଥିବା ବୀର ସନ୍ତାନ ମାନଙ୍କୁ ଦୀପ ଜଳାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ୨ ମିନିଟ ନୀରବ ପାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଆନନ୍ଦ ସାମଲ , ଅଜୟ କୁମାର ସାହୁ , ଅନ୍ତର୍ଯ୍ୟାମୀ ପ୍ରଧାନ , ସଂସାର ନାଏକ , ନିର୍ମଳା ସାହୁ , ସୁଦର୍ଶନ ସାହୁ , ଭ୍ରମରବର କିସାନ, ସାମୁଏଲ ପୁର୍ତି , ଅଶୋକ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post