ସିନାପାଲ୍ଲୀ / ନିରାକାର ମେହେର – କରୋନା ଭାଇରସ ଓ ଲକ୍ ଡାଉନ ଭଲି ଘଡି ମୁହୂର୍ତ୍ତରେ ରାଜ୍ୟର ସମସ୍ତ ରକ୍ତଭଣ୍ଡାର ଗୁଡିକ ରେ ରକ୍ତ ଅଭାବ ଦେଖାଦେଇଛି | ଏହି ପରି ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଯେପରି ହଇରାଣ ଓ ଅସୁବିଧା ନ ହୁଅନ୍ତି ଏହାକୁ ଦୃଷ୍ଟିରେ ରଖି ଆଜି ନୂଆପଡା ଜିଲ୍ଲା ସିନାପାଲି ହାଇସ୍କୁଲ ପରିସରରେ ଆମ ଶିକ୍ଷକ ସମିତି ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା,ଖଡ଼ିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ଭୋଇ, ସମେତ ବିଜେପି ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ଠାକୁର ସହ ସିନାପାଲିର BEO,chairman,vice chairman,ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ଏବଂ ଶିବିର ରେ ୬୦-୭୦ ଜଣ ଶିକ୍ଷକ ରକ୍ତଦାନ ପାଇ ପଞ୍ଜିକରଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post