ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଦେଶବ୍ୟାପି ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ତଥା ଚାଇନା ସାମଗ୍ରୀ ବର୍ଜନ କୁ ନେଇ ବିବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ ଆଜି ସମ୍ବଲପୁର ଟ୍ରକ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ବରେଇପାଲି ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଭାରତ ଚୀନ ସୀମା ରେ ସହୀଦ ହେଇଥିବା ବୀର ଯୋଦ୍ଧା ମାନଙ୍କ ଅମର ଆତ୍ମାର ଶାନ୍ତି ଓ ସତଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତାପରେ ବୀର ସହୀଦ ମାନଙ୍କ ଫଟୋ ସମ୍ମୁଖରେ ଧୂପ ଜାଳି ଓ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା l ଏହାପରେ ସମସ୍ତେ ଚାଇନା ଉତ୍ପାଦିତ ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ l ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରସାଦ କୁଅଁର ଙ୍କ ସଭାପତିତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ସମ୍ବଲପୁର ଟ୍ରକ ମାଲିକ ସଂଘ ସଭାପତି ସୁରେନ୍ଦ୍ର ସିଂ, ଉପ ସଭାପତି ସନ୍ତୋଷ ଅଗ୍ରୱାଲ, ସହ ସମ୍ପାଦକ ସନ୍ତୋଷ ଲାମ୍ବା, କୋଷାଧକ୍ଷ ନରେଶ ଅଗ୍ରୱାଲ, ଉମେଶ ଶ୍ରୀରାମକା, ପ୍ରହଲ୍ଲାଦ ଅଗ୍ରୱାଲ, ମହେନ୍ଦ୍ର ସିଂ ରୈନା, ରାଜେଶ ଗୁପ୍ତା, ବସୁ ଅଗ୍ରୱାଲ, ଶିବ ସମ୍ଭୁ ଯାଦବ, ଅଶୋକ ଯେଠି, ନନ୍ଦ କୁମାର ଯାଦବ, ସୁରେନ୍ଦ୍ର ସିଂ ପ୍ରମୁଖ ଙ୍କ ସହିତ ସମସ୍ତ ପଦାଧିକାରୀ ଓ ସଦସ୍ୟ ମାନେ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.