ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ରେଙ୍ଗାଲି ବିଧାୟକ 

0 1

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):   ଆଜି ସମ୍ବଲପୁର ମହାନଗର ନିଗମ ଅଧିନ ୱାର୍ଡ ନଂ – ୪୧ ଅଞ୍ଚଳରେ ରହୁଥୁବା ହିତାଧିକାରି ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ୱାର୍ଡ ନଂ – ୪୧ ରେ ଏହି ଯୋଜନା ରେ ସମୁଦାୟ ୧୩୫ ଜଣ ହିତାଧିକାରୀ ଙ୍କ ନାମ ତାଲିକା ଭୁକ୍ତ ହୋଇଥିବା ବେଳେ ଆଜି କାର୍ଯ୍ୟକ୍ରମ ରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଙ୍କୁ ରେଙ୍ଗାଲି  ବିଧାୟକ ନାଉରି ନାଏକ କାର୍ଯ୍ୟାଦେଶ ହସ୍ତାନ୍ତର କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ସମ୍ବଲପୁର ମହାନଗର ନିଗମ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଧିକାରୀ ପୱାନ କୁମାର ୟାଦବ, ଧନୁପାଲି ବିଜେପି ମଣ୍ଡଳ ସଭାପତି ପ୍ରକାଶ ସାହୁ, ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି କୈଳାଶ ପୋଢ଼, ମାନେଶ୍ୱର ବ୍ଲକ ସାଂସଦ ପ୍ରତିନିଧି ରମେଶ ଚନ୍ଦ୍ର ପ୍ରଧାନ, କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ମଣ୍ଟୁ ଅଗ୍ରୱାଲ, ପ୍ରମୁଖ ସାମିଲ ଥିଲେ । କାର୍ଯ୍ୟକ୍ରମ ରେ କରୋନା ସଂକ୍ରମଣ କୁ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସେନିଟାଇଜର ରେ ହାତ ସଫା କରିବା ଭଳି ସମସ୍ତ ନିୟମାବଳୀ କୁ ପାଳନ କରାଯାଇଥିଲା ।

Leave A Reply

Your email address will not be published.