ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା କଣ୍ଟେ୍ରାଲ ସାମଗ୍ରୀ ହଡ଼ପ ଅଭିଯୋଗ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନରେ ଥିବା ନାକିଚୁଆ ଗ୍ରାମପଞ୍ଚାୟତର ଶ୍ୟାମାନନ୍ଦପୁର ଗ୍ରାମର କଣ୍ଟେ୍ରାଲ ସାମଗ୍ରୀ ବଣ୍ଟନ ଦାୟିତ୍ୱ ମା ତାରିଣୀ ଏସଏଚଜି ଗ୍ରୁପ ହାତରେ ରହିଥିଲା । ଉକ୍ତ ଏସଏଚଜି ଗ୍ରୁପର ସଭାପତି କେତେକ ଜାଲ ରେସନ କାଡର଼୍ ମାଧ୍ୟମରେ କଣ୍ଟେ୍ରାଲ(ପିଡ଼ିଏସ ) ସାମଗ୍ରୀ ଉଠାଇ କଳାବଜାରୀ କରିଆସୁଥିଲେ । ଏବିଷୟରେ ଅଭିଯୋଗ ଆସିବା ପରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ରାସଗୋବିନ୍ଦପୁର ବ୍ଲକର ଖାଦ୍ୟ ଓ ଯୋଗାଣ ବିଭାଗର ଇନ୍ସପେକ୍ଟରଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଥିଲେ ଏବଂ ତଦନ୍ତରେ ମା ତାରିଣୀ ଏସଏଚଜି ଗ୍ରୁପର ସଭାପତି ରୀନା ବେହେରାଙ୍କ କଳାବଜାରୀ ଧରାପଡ଼ିଯାଇ ଥିଲା । ଖାଦ୍ୟ ଯୋଗାଣ ବିଭାଗର ଇନ୍ସପେକ୍ଟରଙ୍କ ପତ୍ର ସଂଖ୍ୟା ୧୩୨୩/୩୦.୦୪.୨୦୧୮ ରେ ଦାଖଲ କରିଥିବା ରିପୋର୍ଟ ଅନୁସାରେ ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବଦ୍ଧୁଲ ଆଖତାର ପତ୍ର ସଂଖ୍ୟା ୪୪୭୨/୦୩.୦୫.୨୦୧୮ ଆଦେଶନାମା ଅନୁସାରେ ମା ତାରିଣୀ ଏସଏଚଜି ଗ୍ରୁପ ହାତରୁ ପିଡ଼ିଏସ କଣ୍ଟେ୍ରାଲ ସାମଗ୍ରୀର ବଣ୍ଟନ ଦାୟିତ୍ୱ କାଢ଼ି ନେଇ ନାକିଚୁଆ ଗ୍ରାମପଞ୍ଚାୟତର ପିଇଓଙ୍କ ହାତରେ ନ୍ୟସ୍ତ କରାଇଛନ୍ତି । ଏଥି ସହିତ ଏହି ଅନିୟମିତତାକୁ ନେଇ ଗ୍ରୁପର ସଭାପତି ରୀନା ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି । ତାଙ୍କ ନିକଟରୁ ଉତ୍ତର ମିଳିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.