“ଭାଷା ଆଇନ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ”

0

ଭାଷା ଆନେ୍ଦାଳନର ବିଜୟ ଦିବସ ପାଳିତ

ବ୍ୟାସନଗର/Biswajit Majhi  : ସହିଦ ଭଗତ୍ ସିଂ ଯୁବକ ସଂଘ ଆନୁକୂଲ୍ୟରେ ଦୀର୍ଘ ୩୮୦ ଦିନ ଧରି ଚାଲିଥିବା ଭାଷା ଆନେ୍ଦାଳନର ବିଜୟ ଦିବସ ଅବସରରେ ବ୍ୟାସନଗରର ଗୋପବନ୍ଧୁ ଛକସ୍ଥିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଏକ ସଭା ଅନୁଷ୍ଠିତ  ହୋଇଯାଇଛି । ସଂଘର ସ୍ଥାୟୀ ସଭାପତି ରାଜେନ୍ଦ୍ର କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଡା. ଅରୁଣ କୁମାର ବିଶ୍ୱାଳ, ଇଂ ନନ୍ଦ ମହାନ୍ତି, ବରିÂ ଆଇନଜୀବୀ, ବ୍ରଜକିଶୋର ପତି, ବରିଷ୍ଠ  ନାଗରିକ ଚନ୍ଦ୍ରମଣି ସାମଲ, ଉପେନ୍ଦ୍ର ନାଥ ମହାନ୍ତି, ଇଂ ବିଶ୍ୱଜିତ୍ ମହାନ୍ତି, ନାରାୟଣ ଚନ୍ଦ୍ର ନାୟକ, ନବକିଶୋର ସାହୁ, ପଣ୍ଡିତ ସୁବାସ ଚନ୍ଦ୍ର ପଣ୍ଡା, ବରିଷ୍ଠ  ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ଜ୍ଞାନରଞ୍ଜନ ରାଉତ, ପ୍ରଣବ କୁମାର ବିଶ୍ୱାଳ, ବ୍ୟଙ୍ଗକବି ବାଇଧର , ଭୁବନମୋହନ ମହାନ୍ତି, ଲଭ୍ଲି ସାହୁ, ରମାକାନ୍ତ ବେହେରା, ଚିନ୍ତାମଣି ମଲ୍ଲିକ, ବିଶ୍ୱଜିତ୍ ମାଝୀ, ଚନ୍ଦ୍ରମଣି ପାତ୍ର, ମଧୁସୂଦନ ମଳିକ, ମାଣିକ ଗାଗରାଇ, ବିଶ୍ୱଜିତ୍ ରାଉତ, ସନାତନ ମଲ୍ଲିକ, ଭଗବାନ ପଣ୍ଡା, ଅକ୍ଷୟ କୁମାର ନାୟକ, ନିରଞ୍ଜନ ଘଡେ଼ଇ, ଆଲୋକ କୁମାର ଦାଶ, ଜଳଧର ମିଶ୍ର, ୟୁନାଇଟେଡ୍ ପ୍ରେସକ୍ଲବର ସଭାପତି ଜୟଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ରହି ୧୯୫୪ ମସିହାରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ଓଡ଼ିଆ ଭାଷା ଆଇନ ଗୃହୀତ ହୋଇଥିଲା । ମାତ୍ର ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ ବୋଲି ସଭାରେ କ୍ଷୋଭ ପ୍ରକାଶ ପାଇଥିଲା । ମାସକ ମଧ୍ୟରେ ଯଦି ଏହା କାର୍ଯ୍ୟକାରୀ ନ ହୁଏ ତେବେ ଆନେ୍ଦାଳନ ଚାଲୁ ରହିବ ବୋଲି ଭାଷା ଆନେ୍ଦାଳନର ସଭାପତି ରାଜେନ୍ଦ୍ର ବିଶ୍ୱାଳ ମତବ୍ୟକ୍ତ କରିଥିବାବେଳେ ସମ୍ପାଦକ ହେମନ୍ତ କୁମାର ଧୀର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.