ସୁପ୍ରିମକୋର୍ଟରେ ସାନି ଗୁହାରି : ପୁରୀକୁ ସଟ ଡାଉନ କରି ରଥ ଯାତ୍ରା ହେଉ 

0

ପରିଚାଳନା କମିଟି ସରକାରଙ୍କୁ କରିଥିବା  ନିବେଦନ ସରକାର ଗ୍ରହଣ କରିନଥିଲେ : ଗଜପତି 

ପୁରୀ/ଅନିମେଶ ପଟ୍ଟନାୟକ : କଣ କାଳିଆ ଠାକୁରଙ୍କ ଲୀଳା ଅଛି କେଜାଣି, ! ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା ଦେବେନି ବୋଲ ଦର୍ଶାଇ ଏକ ପ୍ରକାର ହାତ ଟେକିଦେଇଥିବା ତଥା ସୁପ୍ରିମକୋର୍ଟଙ୍କ ଆଦେଶକୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହେବ ପରେ ଆଜି ପୁଣି ଏକ ମୋଡିଫିକେସନ ପିଟିସନ ଦାଖଲ ହୋଇଛି ସୁପ୍ରିମକୋର୍ଟରେ |  ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଏହି  ପିଟିସନ୍‌ । ଏହି ମୋଡିଫିକେସନ ପିଟିସନ ଦାୟର କରିଛନ୍ତି ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ନାମକ ଜଣେ ବ୍ୟକ୍ତି । ଗତକାଲି ସୁପ୍ରିମ କୋର୍ଟ ଦେଇଥିବା ରାୟରେ ପାର୍ସିଆଲ ମୋଡିଫିକେସନ ବା ଆଂଶିକ  ପରିବର୍ତ୍ତନ କରିବାକୁ ପିଟିସନରେ ଗୁହାରି କରାଯାଇଛି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ପୁରୀ ସହରକୁ ସଟ ଡାଉନ୍‌ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରାଯାଉ ବୋଲି ଏଥିରେ ଅନୁରୋଧ କରାଯାଇଛି | ସୂଚନା ଥାଉକି, ରଥଯାତ୍ରା ବନ୍ଦ ଲାଗି ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ  ରାୟ ଦେବାପରେ ରାଜ୍ୟ ସାରା ଦୁଖର ଖେଳିଯାଇଥିଲା।  ସହରରେ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଲଗାଇ ଶ୍ଳୋଗାନ ଦେଇଥିଲେ କିଛି ସଂଗଠନ । 

ଅପର ପକ୍ଷରେ  ପରିଚାଳନା କମିଟି ସରକାରଙ୍କୁ କରିଥିବା  ନିବେଦନ ସରକାର ଗ୍ରହଣ କରିନଥିଲେ ବୋଲି ଗଜପତି କହିଛନ୍ତି |  ଆଜି ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ‘ ମେ ୩୦ ତାରିଖରେ ଯେଉଁ ବୈଠକ ବସିଥିଲା ରଥଯାତ୍ରା ନେଇ ପରିଚାଳନା କମିଟି ସରକାରଙ୍କୁ ନିବେଦନ କରିଥିଲେ ଯେ, ବିନା ଭକ୍ତରେ , କେବଳ ସୀମିତ ସେବକ, ପୋଲିସ କର୍ମଚାରୀଙ୍କ ଦ୍ୱାରା ରଥଯାତ୍ରା ସମ୍ଭବ ହୋଇପାରିବ । ସରକାରଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସରକାର ତାକୁ ଗ୍ରହଣ କଲେ ନାହିଁ । ଆଜି ବୈଠକ ପରେ  ଗଜପତି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ । ବାହାରେ ରଥଯାତ୍ରା ହୋଇପାରିବନି ବୋଲି କୋର୍ଟ କହିଛନ୍ତି । ଆଜି ପରିଚାଳନା କମିଟିରେ ବିସ୍ତୃତ ଆଲୋଚନା ହୋଇଥିଲା । ସେଥିପାଇଁ ଚଳିତ ବର୍ଷ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ବର୍ତ୍ତମାନ ପରିସ୍ଥିଟିରେ  ସମ୍ଭବ ନୁହେଁ । ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ, ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ହୋଇଛି । ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ । କଣ କେମିତି କରାଯାଇପାରିବ ସେ ନେଇ ସମସ୍ତଙ୍କ ସହ ଆଲୋଚନା କରାଯିବ । ଆଜି ଛତିଶ ନିଯୋଗ  ନିଷ୍ପତ୍ତି ପରେ କାଲି ସକାଳେ ଶଙ୍କରାଚାର୍ଯ୍ୟଙ୍କ ପାଖରୁ ଯାଇ  ଚୂଡାନ୍ତ ନିଷ୍ପତ୍ତି ନିଆଯିବ | 

 

 

Leave A Reply

Your email address will not be published.