ଗଲୱାନ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି 

0

ପଦ୍ମପୁର-ଗତ ୧୬ ତାରିଖରେ ଗଲୱାନ ଘାଟିରେ ଚୀନ ସୈନ୍ୟ  ମାନଙ୍କ ସହିତ ବୀରତ୍ବ ସହକାରେ ଲଢି ଦେଶ ମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା କୋଡିଏ ଜଣ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ, ଆଜି ସନ୍ଧ୍ୟାରେ ପଦ୍ମପୁର ରି – କ୍ରିଏସନ ସେଣ୍ଟର ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା  । ଅଶୋକ କୁମାର ବହିଦାର,ଅଶୋକ ମିଶ୍ର ଓ କୁନାଲ ପାଣିଗ୍ରାହୀ ଙ୍କ ଦ୍ବାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ନିରୋଜ ଦୋରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭାସ୍କର ଦାଶଙ୍କ ସଂଯୋଜନାରେ ଶହୀଦ ଯବାନ ମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଥିଲା  । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ସହକାରୀ ଜିଲ୍ଲାପାଳ ଦିପ୍ତୀମୟୀ ଭୂଏ,ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ,ପଦ୍ମପୁର ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ଅବସର ପ୍ରାପ୍ତ ବିଚାରପତି ରାମଚନ୍ଦ୍ର ତ୍ରିପାଠୀ, ଗୋବିନ୍ଦ ଅଗ୍ରୱାଲ, ପ୍ରତାପ ମିଶ୍ର,ବିନୋଦ ଦାଶ,ଅଶୋକ ପାତ୍ର,ନନ୍ଦ କିଶୋର ଅଗ୍ରୱାଲ, ଜ୍ୟୋତ୍ସ୍ନା  କର,ତୀର୍ଥବାସୀ ପଣ୍ତା,ବିଜୟ ବହିଦାର, ରମେଶ ଗୁର୍ଲା,ନାରାୟଣ ପୁରୋହିତ,ମହେଶ ଲହଙ୍ଗିର,ସନ୍ତୋଷ ମହାନ୍ତି, ପ୍ରତାପ ନାଥ,ମାନସ କର ପ୍ରମୁଖ ମହମବତୀ ଜାଳି ଶହୀଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଚୀନ ପ୍ରସ୍ତୁତି ସମସ୍ତ ଦ୍ରବ୍ୟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା  । ପରିଶେଷରେ ସୁନୀଲ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ   ।

Leave A Reply

Your email address will not be published.