ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ସହାୟତା ଯୋଗାଇଲା ଯୁବ ଯାଦବ ମହାସଭା

0

ଟିଚିଲାଗଡ ( ଗୌରବ ଦର୍ଜି) : ତେଲେଙ୍ଗାନାକୁ ଯାଇ ମୃତ୍ୟୁ ମୁଖରେ ପଡିଥିବା ପଞ୍ଚାନନ ବଗର୍ତ୍ତିଙ୍କ ପରିବାରକୁ ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ସୁର୍ଡା ଗାଁର ପଞ୍ଚାନନ ବଗର୍ତ୍ତି ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଲକଡାଉନ ପୂର୍ବରୁ ମାଳିକ ମଜୁରୀ ପ୍ରଦାନ ନକରିବା ଓ ଟଙ୍କା ମାଗିଲେ ଧମକ ଚମକ ଦେଉଥିବା ପଞ୍ଚାନନ ଫୋନ ଯୋଗେ ପରିବାର ବର୍ଗଙ୍କୁ କହିଥିଲେ । ସେ ଅସୁସ୍ଥ ଥିବା କଥା ମଧ୍ୟ କହିନଥିଲେ । ତେବେ ପରବର୍ତ୍ତି ସମୟରେ ପଞ୍ଚାନନଙ୍କ ମୃତ୍ୟୁ ଖବର ଗାଁକୁ ଆସିଥିଲା । ପରିବାରବର୍ଗ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରିଛନ୍ତି । ଏନେଇ ତେଲେଙ୍ଗାନାର କରିମନଗର ଜିଲ୍ଲା ବିନାଡଙ୍ଗା ଥାନାରେ ଏତେଲା ଦାୟର ହୋଇଛି ।

ଏପଟେ ପଞ୍ଚାନନଙ୍କ ମୃତ୍ୟୁପରେ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି । ମୃତ ପଞ୍ଚାନନଙ୍କ ପରିବାର ଉପରେ ପଡିଛି ପାଞ୍ଚ ଝିଅଙ୍କ ପ୍ରତିପୋଷଣର ବୋଝ, ପରିବାରରେ ବିଧବା ସପୁରଙ୍କ ସହ ଝିଅ ଶଶ୍ମିତା (୧୬), ରିଙ୍କି (୧୩), ବର୍ଷା (୯), ମିତା (୬), ଅର୍ଚ୍ଚିତା (୩) ଅଛନ୍ତି । ପୂର୍ବରୁ ପଞ୍ଚାନନ ବାହାରକୁ ଯାଇ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ତାଙ୍କ ବର୍ତ୍ତମାନ ର ୫ ଜଣ ଝିଅଙ୍କ ଲାଳନ ପାଳନର ଚିନ୍ତା ଘାରୁଛି ସପୁରଙ୍କ ଉପରେ ।

ଆଜି ଏହି ପରିବାରକୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ କିଛି ଆର୍ଥିକ ସହାୟତା ଓ ରାସନ ସାମଗ୍ରି ପ୍ରଦାନ କରିଥିଲେ । ସହାୟତା ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ଗୋବିନ୍ଦ ବନଛୋରଙ୍କ ସମେତ ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା, ଉପସଭାପତି ସୁନୀଲ କୁମାର ଧଙ୍ଗଡା ମାଝୀ, ଡାକେଶ୍ବର ଲହଜଲ, ଜିଲ୍ଲା ସହ ସଂପାଦକ ତ୍ରିଲକ୍ଷ ନାଏକ, କୋଷାଦ୍ଧକ୍ଷ ସନ୍ତୋଷ ବାଗ, ଜିଲ୍ଲା ମିଡିଆ ସେଲ ସଂଯୋଜକ ସୁରଥ ହେର୍ଣ୍ଣା, ଧର୍ମଗଡ ଯୁବ ସଭାପତି ଲବଣି ରାଉତ,କର୍ଲାମୁଣ୍ଡି ଯୁବ ସଭାପତି ଅରବିନ୍ଦ ଗହିର, ଯୁବ ନେତୃତ୍ବ ତୁଲାମଣି ନାଗ, ହିରନ୍ୟ ବେହେରା, ଗୁରୁ କୃପା ସେବା ଟ୍ରଷ୍ଟ  ଟିଟିଲାଗଡର ସଂସ୍ଥାପକ କେଦାର କବାଟ ଓ ହରେଶ ବଗର୍ତ୍ତ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.