ମୟୂରଭଞ୍ଜ ଇତିହାସରେ ପ୍ରଥମ:  ବଡ଼ଦାଣ୍ଡରେ ଗଡ଼ିବନି ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥ

0

ମନ୍ଦିର ଭିତରେ ହେବ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ବିଜେ କାର୍ଯ୍ୟକ୍ରମ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଇତିହାସରେ ପ୍ରଥମ । ବାରିପଦା ବଡ଼ଦାଣ୍ଡରେ ପ୍ରଥମ ଥର ଗଡ଼ିବ ନାହିଁ ମହାପ୍ରଭୂଙ୍କ ରଥ । ମନ୍ଦିର ବେଢ଼ା ଭିତରେ ଆୟୋଜିତ ହେବ ସମସ୍ତ କାର୍ଯ୍ୟକ୍ରମ । ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ମୟୂରଭଞ୍ଜବାସୀଙ୍କ ଧନ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରାଇଦେଇଛି । ଲୀଳାମୟ ପ୍ରଭୂ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କ ପବିତ୍ର ଘୋଷଯାତ୍ରା କରୋନା ଜନିତ କଟକଣା, ସାମାଜିକ ଦୂରତା ଓ ସାବଧାନ ସୂଚକ ନିୟମାବଳୀ ମଧ୍ୟରେ ସମ୍ପାଦନ କରାଯିବା ଏକ ମୁଖ୍ୟ ସମସ୍ୟା ରୂପେ ପ୍ରତିଭାତ ହୋଇଛି । ଭକ୍ତ ବିହୀନ ରଥ ଯାତ୍ରା ଶ୍ରଦ୍ଧାଳୁମାନଙ୍କ ଭାବାବେଗକୁ ପ୍ରଭାବିତ କରାଉଥିବା ବେଳେ ସମ୍ଭାବ୍ୟ ଜନସମାଗମକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇ ପାରିବ ନାହିଁ । ସେହିପରି ତତ୍ଜନିତସମ୍ଭାବ୍ୟ ସଂକ୍ରମଣକୁ ମଧ୍ୟ ରୋକାଯାଇ ପାରିବା ଅସମ୍ଭବ ମନେ ହୁଏ । ଏହି ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେଏହା ପ୍ରତୀୟମାନ ହୁଏ ଯେ, ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ରଥ ଟଣା ସମ୍ଭବ ନୁହେଁ । ଏଣୁ ଉପରୋକ୍ତ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ମହାପ୍ରଭୂ ରଥ, ବାହୁଡ଼ା ଯାତ୍ରା ଏବଂ ତତ୍ ସଂଲଗ୍ନ ଅନ୍ୟାନ୍ୟ ଉତ୍ସବ, ରୀତିକାନ୍ତି, ରୀତିନୀତି, ପାର୍ବଣୀ ଆଦିକୁ ମନ୍ଦିର ବେଢ଼ା ଭିତରେ ସମ୍ପନ୍ନ କରାଯିବ ବୋଲି ଶ୍ରୀଶ୍ରୀ ହରିବଳଦେବ ଜୀଏ ବିଜେ ମହାପ୍ରଭୂ ବାରିପଦା ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । 

 

Leave A Reply

Your email address will not be published.