ବୁଗୁଡ଼ାରେ ସମୂହ ସ୍ୱାସ୍ଥ୍ୟ ପରୀକ୍ଷା

0

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା-ବୁଗୁଡା ପୌର ପରିଷଦ ଅନ୍ତର୍ଗତ ହରିଜନ ସାହି, ନୂଆ ସାହି ଓ ନେଳିଆ ବନ୍ଧ ସାହିରେ ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସମୂହ କୋବିଡ଼ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।8 ନ ୱାର୍ଡ ଅନ୍ତର୍ଗତ 87 ଟି ଗୃହର ସର୍ବମୋଟ 463 ଜଣଙ୍କର ପରୀକ୍ଷା କରାଯାଇଥିଲା।ଏଥିରୁ ପୁରୁଷ 171 ଓ ମହିଳା 196 ହୋଇଥିବା ବେଳେ 97 ଜଣ ଶିଶୁ ମଧ୍ୟ ରହିଛନ୍ତି।ସୌଭାଗ୍ୟର ବିଷୟ ଯେ ଏହି ପରୀକ୍ଷାରେ କୌଣସି ସନ୍ଦିଗ୍ଧ ରୋଗୀ ମଧ୍ୟ। ଜଣା ପଡିନାହାନ୍ତି।ଏଥିରେ ସ୍ୱାସ୍ଥ୍ୟ କର୍ମୀ ଗୀତାଞ୍ଜଳି ପାତ୍ର, ଅଙ୍ଗନବାଡି କର୍ମୀ କଳ୍ପନା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.