ରିଟର୍ଣ୍ଣ ଫାଇଲିଂରେ ସରଳୀକରଣ ପ୍ରସ୍ତାବ ଜିଏସଟି କାଉନ୍ସିଲରେ ଗୃହୀତ

0

୨୭ତମ ଜିଏସଟି କାଉନ୍ସିଲ୍ ବୈଠକ

18-18-Sashibhusan-Behera.jpg - 17.35 kB

ଭୁବନେଶ୍ୱର:  ୨୭ତମ ଜିଏସଟି କାଉନ୍ସିଲ୍ ବୈଠକ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ  ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛିା ଏହି ବୈଠକରେ ଅର୍ଥମନ୍ତ୍ରୀ  ଶଶିଭୂଷଣ ବେହେରା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନ୍ କାନ୍ତ ପାଣ୍ଡେ, ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ମୀନା, ବାଣିଜ୍ୟକର ଆୟୁକ୍ତ ଶାଶ୍ୱତ ମିଶ୍ର, ଅତିରିକ୍ତ ଶାସନ ସଚିବ ନିଧି କୁମାର ରାଉତରାୟ ଏବଂ ଜିଏସଟି  ସେଲର ଭାରପ୍ରାପ୍ତ ଅଧିକାରୀ  ସହଦେବ ସାହୁ ମଧ୍ୟ ଯୋଗଦେଇଥିଲୋ ଏହି ବୈଠକରେ ରିଟର୍ଣ୍ଣ ଫାଇଲିଂର ସରଳୀକରଣ, ଚିନି ଉପରେ ସେସ୍ ଲାଗୁ, ଡିଜିଟାଲ୍ ପେମେଣ୍ଟ ପାଇଁ ପ୍ରୋତ୍ସାହନ ଦେବା, ଆଇଟି ଭିତ୍ତିଭୂମି ସେବା ପ୍ରଦାନ କରୁଥିବା ଜିଏସଟିଏନକୁ ସରକାରୀ କମ୍ପାନୀରେ ପରିଣତ କରିବା ବିଷୟ ଆଦି ଉପରେ ଆଲୋଚନା ହୋଇଛିା ଏହା ସହିତ ରାଜସ୍ୱ ଆଦାୟ ସଂପର୍କରେ ଆଲୋଚନା କରାଯାଇଥିଲା |

ବୈଠକରୁ ଜଣାପଡ଼ିଛି ଯେ ଅପ୍ରେଲ ମାସରେ ସର୍ବାଧିକ ୧ ଲକ୍ଷ ୩ ହଜାର କୋଟି ଟଙ୍କା ଆଦାୟ ହୋଇଛିା ୨୦୧୭-୧୮ ଆର୍ଥିକ ବର୍ଷରେ ହାରାହାରି ମାସିକ ୯୦ ହଜାର କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଅପ୍ରେଲ୍ ମାସରେ ପାଖାପାଖୀ  ୧୫ ପ୍ରତିଶତ ଅଧିକ  ଅର୍ଥ ଆଦାୟ ହୋଇଛିା ଚିନି ଉପରେ ସେସ୍ ଏବଂ ଡିଜିଟାଲ ପେମେଣ୍ଟ ପାଇଁ ପ୍ରୋତ୍ସାହନ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇନାହିାଁ ଏଥି ନିମନ୍ତେ ଜିଏସଟି  କାଉନ୍ସିଲ ଦ୍ୱାରା କମିଟି ଗଠନ କରାଯିବ ଏବଂ କମିଟିର ଅନୁମୋଦନ କ୍ରମେ ଆସନ୍ତା ଜିଏସଟି କାଉନ୍ସିଲ୍ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବା ରିଟର୍ଣ୍ଣ ଫାଇଲିଂରେ ସରଳୀକରଣ ପ୍ରସ୍ତାବ ଜିଏସଟି  କାଉନ୍ସିଲରେ  ଅନୁମୋଦିତ ହୋଇଛିା  ଜିଏସଟି ପରିଷଦ ଦ୍ୱାରା ଗଠିତ ଆଇନ କମିଟି ସବିଶେଷ ଆଇନ ପ୍ରସ୍ତୁତ କରିବା ପରେ ତାହା ପର୍ଯ୍ୟାୟ କ୍ରମେ ଲାଗୁ କରାଯିବା

 

Leave A Reply

Your email address will not be published.