ଭାରତ ସୀମାରେ ସହିଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

0

ବରଗଡ :- ଗତ କାଲି ଭାରତ ଚୀନ ସୀମାରେ ଥିବା ଗଲବାନ ଘାଟିରେ  ସହିଦ ହେଇଥିବା ଭାରତୀୟ ସେନାର 20 ଜଣ ବିର ଯବାନ ମାନଙ୍କୁ ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦେଶ ପାଇଁ ଶହୀଦ  ହୋଇଥିବା ବୀର ଯବାନ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ସ୍ଥାନୀୟ ଗାନ୍ଧୀ ଛକ ରେ ମହମବତୀ ଜଳାଇ ବରଗଡ଼ର  ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ଅଧକ୍ଷ୍ୟ ଦେବେଶ ଆଚାର୍ଯ୍ୟ, ମାନ୍ୟବର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଟାଉନ ସଭାପତି କିଶୋର ମିଶ୍ର, ପୂର୍ବତନ ମୁନିସିପାଲିଟି ଅଧକ୍ଷ୍ୟ ପ୍ରଶାନ୍ତ ବେହେରା ଓ ଅନ୍ୟ ମାନ୍ୟ ଗଣ୍ୟ ଉପସ୍ଥିତ ରହି ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.