ଟିଟିଲାଗଡ଼ ( ଗୌରବ ଦର୍ଜି)- ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଟିଟିଲାଗଡ ରେ ପାଳିତ ହେଉଥିବା ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ମହାମାରୀ କରୋନା ଭାଇରସ କୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କତା ମୂଳକ ପନ୍ଥା ଅବଲମ୍ବନ କରି ଟିଟିଲାଗଡ଼ ରେ ପାଳିତ ହୋଇଆସୁଥିବା ରଥଯାତ୍ରା ଓ ବାହୁଡା଼ ଯାତ୍ରା କୁ ଚଲିତ ବର୍ଷ ବାତିଲ କରିଛନ୍ତି। ରଥଯାତ୍ରା ଏବଂ ସମସ୍ତ ପୂଜା ଵିଧି ମନ୍ଦିର ପରିସରରେ ଅନୁଷ୍ଠିତ ହେବା ସହ ପୂଜକ ଏବଂ ଦଧିବାମନ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ମଧ୍ୟରେ ସୀମିତ ରହିବ ବୋଳି ସର୍ବ ସମ୍ମତି କ୍ରମେ ଆଜି ନିଷ୍ପତି ନିଆ ଯାଇଛି। କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଏବଂ ସାଧାରଣ ଜନତା ଙ୍କ ସ୍ୱାସ୍ଥ୍ୟ କୁ ଆଖି ଆଗରେ ରଖି ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ଓ ମନ୍ଦିର ପୂଜକ ନିଷ୍ପତି ନେଇଛନ୍ତି । କେବଳ ମନ୍ଦିର ପରିସର ଭିତରେ ରୀତିନୀତି ଅନୁଯାୟୀ ପୂଜା ବିଦ୍ଧି ପାଳନ ହେବ । ରଥ ଟଣା ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ । ପୂର୍ବେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଳଭଦ୍ର ତିନି ଠାକୁର ପ୍ରଥମ ଦିନରେ ଜଗନ୍ନଥ ମନ୍ଦିର ରୁ ବାହାରି ପୁରୁଣା ବ୍ୟାଙ୍କ ଛକରେ ରାତ୍ରି ଯାପନ ପରେ ପର ଦିନ ବ୍ୟାଙ୍କ ଛକରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରଥ ଟଣା ହୋଇ ଯାଉଥିଲେ । କିନ୍ତୁ ଏହି ବର୍ଷ ରଥ ଟଣା ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଥିବା ବେଳେ ସାମାଜିକ ଦୂରତା ଏବଂ ମାକ୍ସ ବ୍ୟବହାର କରି ଭକ୍ତ ମାନେ ମନ୍ଦିର ରେ ପ୍ରଭୁ ଙ୍କ ଦର୍ଶନ ତଥା ଆଶୀର୍ବାଦ ଲାଭ କରିପାରିବେ ବୋଲି ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଛନ୍ତି। ଚଲିତ ବର୍ଷ ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ମାଉସୀ ମା ମନ୍ଦିର ସ୍ଥାପନ କରାଯିବ ବୋଲି ମନ୍ଦିର ପୂଜକ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post