ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଲେଖିଲେ ଶ୍ରୀମନ୍ଦିର ପ୍ରଶାସନ

0

ପୁରୀ, /ଅନିମେଶ ପଟ୍ଟନାୟକ: ରଥ ନିର୍ମାଣ ଶେଷ ପ୍ରାୟ।  ରଥଯାତ୍ରାକୁ ୭ ଦିନ ବାକି ଥିବାବେଳେ ଏଯାବତ ରଥଯାତ୍ରାକୁ ଅନୁମତି ଦେଇନାହାନ୍ତି ରାଜ୍ୟ ସରକାର। ରଥଯାତ୍ରାକୁ ନେଇ ୧୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ରହିଛି। ଏପଟେ ମଙ୍ଗଳବାର ରଥ ପ୍ରତିଷ୍ଠା କରିବାକୁ ଶ୍ରୀମନ୍ଦିର ପୁରୋହିତଙ୍କୁ ପତ୍ର ଲେଖିଛି ଶ୍ରୀମନ୍ଦିର ପ୍ରଶାସନ।  

ଏବେ ମହାପ୍ରଭୁଙ୍କ କୃପାରୁ ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି । ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ଆଶା ସଂଚାର ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର । ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ବଢିବାରେ ଲାଗିଛି । କରୋନା କଟକଣା ଅନେକାଂଶରେ ମହାପ୍ରଭୁଙ୍କ ପରମ୍ପରା ଉପରେ ମଧ୍ୟ ପ୍ରଭାବ ପକାଇଛି । ଏହାରି ଭିତରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟ ରହିଛି । ଏପରିକି ରଥଯାତ୍ରା ନେଇ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଅଛି । ଆସନ୍ତା ୧୮ ତାରିଖରେ ଶୁଣାଣି ହେବାକୁ ସ୍ଥିର କରାଯାଇଛି।  

ଅନ୍ୟ ପଟେ, ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା ଉଚିତ ନୁହେଁ।  ଏହାକୁ ନେଇ କୋର୍ଟକୁ ଯିବା ମଧ୍ୟ ଉଚିତ ନୁହେଁ।  ହାତୀ ମିଳୁ ନଥିବାରୁ ୧୭ଶହରୁ ୧୮ଶହ ପାଖାପାଖି ସେବକ ଓ ପୋଲିସ କର୍ମଚାରୀ ମିଶି ରଥ ଟାଣିବାକୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ବିଶ୍ୱାବଶୁ ବିନାୟକ ଦାସ ମହାପାତ୍ର।

Leave A Reply

Your email address will not be published.