ବଜ୍ରାଘାତରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତ୍ତର ଭାବେ ଆହତ

0

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଂଜ ଜିଲ୍ଲା ବାଦାମ ପାହାଡ ଥାନା ଅଂଚଳ ଦେଇ ଯାଇଥିବା  ୨୨୦ନଂ ଜାତୀୟ ରାଜପଥର ପଢିଆଠାରେ ରାଇରଙ୍ଗପୁର ପଟୁ ବାଇକରେ ନବ ଦମ୍ପତି ଝାରପୋଖରିଆ ଥାନା ଅନ୍ତର୍ଗତ ପାନ୍ଧଡାକୁ ଫେରୁଥିବା ବେଳେ ବଜ୍ରପାତରେ ସ୍ବାମୀର ପ୍ରହ୍ଲାଦ  ଗୋଚ୍ଛାୟତଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଅଞ୍ଜନା ଗୋଚ୍ଛାୟତ ଗୁରୁତର ଭାବେ ଆହତ ହୋଇଛନ୍ତି । ଝବର ପାଇ ସ୍ଥାନୀୟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ପ୍ରହ୍ଲାଦଙ୍କ  ଶବକୁ ଜବତ କରି  ରାଇରଙ୍ଗପୁର ହସ୍ପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ଅଞ୍ଜନାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାଇରଙ୍ଗପୁର , ପରେ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.