ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ, ୪୦୦୦ ଟପିଲା 

0

ଭୁବନେଶ୍ୱର :ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଆଉ ୧୮ ଜଣ ସାଧାରଣ ଅଂଚଳରୁ | ଆଜିର ୧୪୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୪୦୫୫ରେ | ଏ ଯାବତ ସୁସ୍ଥ ହୋଇଛନ୍ତି  ୨୭୦୮ ଓ ଏବେ ସକ୍ରିୟ ଅଛନ୍ତି ୧୩୩୩ ଜଣ | 

 ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ  ୭ ଜଣ, ନୟାଗଡରୁ  ୪ଜଣ, ଝାରସୁଗୁଡାରୁ ଜଣେ, ରାୟଗଡ଼ାରୁ ୫, କଟକରୁ ୧୯, ଜଗତସିଂହପୁରରୁ ୪, ବାଲେଶ୍ୱରରୁ  ୮, ଢେଙ୍କାନାଳରୁ ଜଣେ, ଅନୁଗୁଳରୁ ୬, ଗଂଜାମରୁ ୮,  ସୋନପୁରରୁ ୨, ଭଦ୍ରକରୁ ୧୯, କନ୍ଧମାଳରୁ ୪୮, ସମ୍ବଲପୁରରୁ ଜଣେ ,ସୁନ୍ଦେରଗଡରୁ ୪ ଜଣ ଓ ଅଗ୍ନିଶମ କର୍ମଚାରୀ ୯ ଜଣ ଅନ୍ତର୍ଭୁକ୍ତ |

Leave A Reply

Your email address will not be published.