ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ 2016 ମସିହାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଶ୍ଚିମାଞ୍ଚଲ ଏକତା ମଞ୍ଚ ପୁଣି ଏକ ନୂଆ ଉଦ୍ୟମ କରିଛି ।ସମ୍ବଲପୁରୀ ଭାଷା କୁ ଅଷ୍ଟମ ଅନୁଚ୍ଛେଦ ରେ ସାମିଲ କରିବା ପାଇଁ ଆନ୍ଦୋଳନ ଚାଲିଛି । ତେବେ ଓଡିଆ ଲିପିରେ ସମ୍ବଲପୁରୀ ଲେଖା ହେବା ଯୋଗୁଁ ଛତିଶଗଡ ଅଂଚଲରେ ରହିଥିବା ହଜାର ହଜାର ଲୋକ ସମ୍ବଲପୁରୀ ସାହିତ୍ୟ ଠାରୁ ଦୂରରେ ରହିଯାଇଛନ୍ତି ।ଏଭଲି ସ୍ଥିତି ରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଦେବନାଗରୀ ଲିପିରେ ସମ୍ବଲପୁରୀ ପତ୍ରିକା ଭାରତୀ ଉନ୍ମୋଚିତ ହୋଇଯାଇଛି । ଆଜି ଜେଲ ଛକ ନିକଟରେ ଥିବା ଗୁରୁ ସତ୍ୟ ନାରାୟଣ ସ୍ମୃତି ଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 2015 ମସିହା ପାଇଁ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପାଇଥିବା ବିଶିଷ୍ଟ ସାହିତ୍ୟିକ ବିନୋଦ କୁମାର ପଶାୟତ ମୁଖ୍ୟ ଅତିଥି ଏବଂ ବରିଷ୍ଠ ଆଇନଜୀବୀ ଡ ପ୍ରମୋଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପତ୍ରିକା ଉନ୍ମୋଚନ କରିଥିଲେ ।ପ୍ରତି ଚାରି ମାସରେ ସମ୍ବଲପୁରୀ ପତ୍ରିକା ଭାରତୀ ପ୍ରକାଶିତ ହେବ ବୋଲି ଏହାର ସମ୍ପାଦକ ଭବାନୀଶ ଭୋଇ ସୂଚନା ଦେଇଛନ୍ତି । ପତ୍ରିକା ଉନ୍ମୋଚନ ଅବସରରେ ପଶ୍ଚିମାଞ୍ଚଳ ଏକତା ମଂଚ ର କାର୍ଯ୍ୟକ୍ରମ ସଂଯୋଜକ ଗୀତା ରାଣୀ ପଣ୍ଡା,ସ୍ନେହଲତା କୁମାରୀ ଦେବୀ,କାନ୍ତି ମେହେର , ପଙ୍କଜିନୀ ମେହେର,ଟିଙ୍କି ସାହୁ, ଆଭାସ ପଣ୍ଡା, ଦେବାଶିଷ ବେହେରା, ରାଜେଶ ବେହେରା, ସୁବୋଧ ଦୋରା, ସୁଦାମ ମେହେର, ସନ୍ତୋଷ ବଢାଇ, ବାବଲୁ ବହିଦାର, ନିଶିକାନ୍ତ ବିଶ୍ବାଳ,ଖୀରେଶ୍ବର ପ୍ରଧାନ,ଶଙ୍କର ମେହେର, ରାହୁଲ ଗୁପ୍ତା, ସବ୍ୟସାଚୀ ମିଶ୍ର, ରାଜେଶ ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post