ନିଷ୍ଠା ପରିବାରର ୧୧ତମ ପ୍ରତିଷ୍ଠା ଦିବସ ପାଳନ 

0

ବରଗଡ :- ବରଗଡ଼ ଜିଲ୍ଲାରେ ବିଗତ କିଛି ବର୍ଷରେ ସମାଜ ସେବା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ବେଚ୍ଛାସେବୀ ସଂସ୍ଥା ନିଷ୍ଠା ପରିବାର  ୧୧ତମ ପ୍ରତିଷ୍ଠା ଦିବସ ଏବଂ ବିଶ୍ବ ରକ୍ତ ଦାତା ଦିବସ ପାଳନ କରିଛି | ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ୩୨ୟୁନିଟ ରକ୍ତ ଏବଂ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ୩୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।ଏହି ଅବସରରେ ବରଗଡ଼ ମାଟିର ସଂଗଠନ ଏବଂ ବ୍ୟକ୍ତି ବିଶେଷ ମାନଙ୍କୁ କରୋନା ବୀର ସମ୍ମାନରେ ସମ୍ବର୍ଦ୍ଧିତ କରାଗଲା | କରୋନା ଫାଇଟର୍ସ ଟିମ,ଡାକ୍ତର ରାଜେଶ ତ୍ରିପାଠୀ,ଡାକ୍ତର ସୁସ୍ମିତା ତ୍ରିପାଠୀ,ପଶ୍ଚିମ ଓଡିଶା ଯୁବା ମଞ୍ଚ,ବିପ୍ର ଫାଉଣ୍ଡେସନ,ଚେମ୍ବର ଅଫ କମର୍ସ,ଗୁଡ୍ଡୀ ରାଓ,ଗିଫ୍ଟ ଅଫ ଲାଇଫ,ସରସ୍ବତୀ ଏନକ୍ଳେଭ ସୋସାଇଟି,କେନେଲ କ୍ଳବ,ବରଗଡ଼ ରକ୍ତ ଭଣ୍ଡାର ଏବଂ ବୁର୍ଲା ରକ୍ତ ଭଣ୍ଡାର ଙ୍କୁ କରୋନା ବୀର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉମେଶ ଚନ୍ଦ୍ର ପଣ୍ଡା, ଡାକ୍ତର କିଶୋର ମିଶ୍ର,ଗୌରହରି ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ମଦନମୋହନ ଦାଶ ସଂଜୋଜନା କରିଥିବା ବେଳେ ନିଷ୍ଠା ର ସଂପାଦକ ଅଶ୍ବିନୀ ତ୍ରିପାଠୀ ବିବରଣୀ ପାଠ କରିଥିଲେ। ସଭାପତି ରକ୍ଷପାଳ ସାହୁ ସଭାପତିତ୍ବ କରିଥିଲେ। କ୍ଷୀରୋଦ୍ର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ ଶିବିର ପରିଚାଳନା କରିଥିଲେ।

Leave A Reply

Your email address will not be published.