ବରଗଡ :- ସ୍ବେଛାସେବୀ ସଂସ୍ଥା ପଲ୍ଲୀ ଆଲୋକ ପାଠାଗାର ପଦ୍ମପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ଶିଶୁ ସୁରକ୍ଷା ଓ ଅପପୃଷ୍ଟି ଉପରେ ବିଗତ ଅନେକ ବର୍ଷ ହେବ କାମ କରି ଆସୁଛି । ବର୍ତ୍ତମାନ ଦେଶରେ ଲାଗିରହିଥିବା କୋରୋନା ସଂକ୍ରମଣ ସମୟରେ ଏହି ସଂସ୍ଥା ପ୍ରତ୍ୟକ୍ଷ ଭାବରେ କିଛି ଅନ୍ତରାଷ୍ଟ୍ରୀୟ ସ୍ବେଚ୍ଛାସେବୀ ସଂସ୍ଥା ସହିତ ମିଶି ବିଭିନ୍ନ ଗ୍ରାମରେ ରହୁଥିବା ଗରିବ ଛୁଆ ମାନଙ୍କୁ କିଛି ସାହାଯ୍ୟ ସହଯୋଗ କରିବା ପାଇଁ ବିଗତ କିଛି ଦିନ ହେଲା କାର୍ଯ୍ୟ ଆରମ୍ଭ କରିଛି । ପଲ୍ଲୀ ଆଲୋକ ପାଠଗାରର ପ୍ରୋଗ୍ରାମ ଅଫିସର ଶ୍ରୀ ହୀରଲାଲ ମିଶ୍ର ଙ୍କର ଙ୍କର ପ୍ରତ୍ୟକ୍ଷ ତତ୍ୱବାଧାନରେ ସଂସ୍ଥା ର କର୍ମକର୍ତ୍ତା ମାନେ ଗାଁ କୁ ଗାଁ ବୁଲି ଋତୁକାଳୀନ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଡ଼ ଏଡ଼ ଆକ୍ସନ ରୁ ସହାୟତା ପ୍ରାପ୍ତ ପଲ୍ଲୀ ଆଲୋକ ପାଠାଗାର ଆଜି ପାଇକମାଲ ବ୍ଲକ ର ଭେଙ୍ଗରାଜପୁର ଗ୍ରାମ ପଂଚାୟତ ର ମଲଦା , ଭେଙ୍ଗରାଜପୁର , ଓ କେଛୋମାଲ ପଂଚାୟତର 100ରୁ ଉର୍ଦ୍ଧ୍ବ ଲୋକଙ୍କୁ ରିଲିଫ ସାମଗ୍ରୀ ଓ ମାକ୍ସ ବଣ୍ଟନ କରାଯାଇଥିଲା । ନିଜର କାର୍ଯ ବ୍ୟସ୍ତତାରୁ ସମୟ ପ୍ରଦାନ କରି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଝାରବନ୍ଧ ତହସିଲଦାର ଶ୍ରୀ ଅନୀଲ କୁମାର ହୋତା ଗରିବ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ। କ୍ରମାଗତ ଭାବରେ କୋରୋନା ବିରୋଧରେ ବିଭିନ୍ନ ଉପାୟରେ ସଂଗ୍ରାମ କରି ଅଂଚଳ ବାସୀଙ୍କୁ ରିଲିଫ ଓ ମାକ୍ସ ବଣ୍ଟନ କରିଥିବା ଯୁବ ବ୍ୟବସାୟୀ ସୁମିତ ଅଗ୍ରୱାଲ ଓ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ସୁଚାରୁ ରୁପେ ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ । ପଲ୍ଲୀ ଆଲୋକ ପାଠାଗାରର ଓ ଏଡ଼ ଏଡ଼ ଆକ୍ସନ ର ଏହି ମହତ କାର୍ଯ୍ୟ କୁ ସବୁଆଡ଼େ ପ୍ରଶଂସା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post