ବଲାଙ୍ଗିର(ନିରୋଜ ମିଶ୍ର): ବଲାଙ୍ଗିର ସୋନପୁର ରାଜରାସ୍ତା ୫୭ ନମ୍ବର ସୁଦପଡା ରେଲୱେ ଫାଟକ ନିକଟରେ ହାଇୱା ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତି ଜଣକ ସୋନପୁର ଜିଲ୍ଲା ତରଭା ମଦଭାଟିର ମ୍ୟାନେଜର ଅନିଲ ଠାକୁର ବୋଲି ଜଣା ପଡିଛି। ବିହାର ଔରଙ୍ଗାବାଦର ଅନିଲ ତରଭା ମଦଭାଟିରେ ଦୀର୍ଘ ଦିନ ହେଲା ମ୍ୟାନେଜର ଭାବେ କାମ କରୁଥିଲେ। ବଲାଙ୍ଗିରକୁ ମାର୍କେଟିଂ ପାଇଁ ଆସିଥିବା ବେଲେ ସେ ଦୁର୍ଘଟଣାର ଶିକାର ହୋଇଥିଲେ।ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତେବେ ଟାଉନ ଥାନାର କିଛି ପୁଲିସ ଅଧିକାରୀ ବୁଝାସୁଝା କରିବା ପରେ ସେମାନେ ସେଠାରୁ ହଟିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେହ ହସ୍ପିଟାଲକୁ ପଠାଇଛି।ତେବେ ଦୁର୍ଘଟଣା ଘଟାଇଥିବା ଆକାଶ କନଷ୍ଟ୍ରକସନର ହାଇୱା ଟ୍ରକକୁ ପୁଲିସ୍ ଜବତ କରିଥିବା ବେଳେ ଟ୍ରକର ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post