ସକାଳୁ ସକାଳୁ ଭିଜିଲାନ୍ସ ଖାପଚରେ ସିଡିଭିଓ( See the Video)

0

ବାରିପଦା(ଦିଲ୍ଲୀପ ମହାନ୍ତି) : ଆଜି ସକାଳେ ଭିଜିଲାନସ ଖାପଚ ରେ ପଡିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ । ବାରିପଦାରୁ  ୩ ଲକ୍ଷ ୯୧ ହଜାର ଟଙ୍କା ନେଇ ଯାଉଥିବା ବେଳେ  ୧୮ ନମ୍ବର ଜାତୀୟ ରାଜପଥରେ ବେତନଟୀଠାରେ ଭିଜିଲାନ୍ସ ହାତରେ ଧାରା ପଡିଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ଅଭୟ ତ୍ରିପାଠୀ ।

ପୂର୍ବରୁ ଡ଼ଃ ତ୍ରିପାଠୀଙ୍କ ବିରୋଧରେ ପାଇଥିବା ଅଭିଯୋଗ ଓ ସୂଚନା ଆଧାରରେ ଏହି ପଦକ୍ଷେପ ଭିଜିଲାନ୍ସ ନେଇଥିବା ଶୁଣିବାକୁ ମିଳିଛି । ସେ ଆଜି ସକାଳୁ ଭୁବନେଶ୍ୱର ଖଣ୍ଡଗିରି ବାରିରେ ଥିବା ତାଙ୍କ ଘରକୁ ଯାଉଥିଲେ ସରକାରୀ ଗାଡ଼ିରେ | ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବେତନଟୀ ଠାରେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ତାପରେ ତାଙ୍କ ଭିଜିଲାନ୍ସ ଅଫିସକୁ ଆଣି ସ୍ୱଳ୍ପ ପଚରା ଉଚରା କରିବା ପରେ ତାଙ୍କୁ ଧରି ବାରିପଦା ପୋୖରାଞ୍ଚଳ ମଧୁବନ ସ୍ଥିତ ରାଣୀ ସତୀ ମନ୍ଦିର ପାଖରେ ଥିବା ତାଙ୍କ ବାସଭବନକୁ ନେଇ ତଦନ୍ତ ଜାରୀରଖିଛି ଭିଜିଲାନ୍ସ ।ଖଣ୍ଡଗିରିବାରି ସ୍ଥିତ ନିଜ ଘର, ସରକାରୀ କାର୍ଯ୍ୟାଳୟ, ଭଡାଘର, ଭୁବନେଶ୍ୱରସ୍ଥିତ ଘର ଉପରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ  । ବାଲେଶ୍ୱର ଭିଜିଲାନ୍ସ  ପକ୍ଷରୁ ବାରିପଦା ଭିଜିଲାନ୍ସ ସହଯୋଗରେ ଚଢ଼ାଉ ଚାଲିଥିବା ଜଣ ପଡିଛି ।

Leave A Reply

Your email address will not be published.