ଶୀତଳ ପେୟ ଜଳ ପ୍ରକଳ୍ପ ଲୋକାର୍ପିତ

0

ସୋହେଲା(ଶାସକପ୍ରଶାସକ)-ସୋହେଲା ମୁଖ୍ୟ ଛକରେ ଆଜି ସନ୍ଧ୍ୟାରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଗୌରୀ ଦେବୀ ଟ୍ରଷ୍ଟ ପକ୍ଷରୁ ନିର୍ମିତ ଏକ ଶୀତଳ ପେୟ ଜଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି । ବହୁ ଦିନରୁ ଆବଶ୍ୟକ ଥିବା ଏହି ପ୍ରକଳ୍ପ ଆଜି ଲୋକର୍ପିତ ହେବା ପରେ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଫିତା କାଟି  ମନ୍ତ୍ରୀ ପ୍ରକଳ୍ପକୁ ଉଦ୍ଘାଟନ କରିବା ପରେ ଗ୍ଲାସରେ ପାଣି ପିଇଥିଲେ । ଦୁର୍ଗା ମନ୍ଦିର ପୂଜକ ବିନୋଦ କୁମାର ମହାପାତ୍ର ମଂତ୍ର ପାଠ କରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଦୁର୍ଗା ପୂଜା କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା,ପୂର୍ବତନ ବିଧାୟକ ମହମ୍ମଦ ରଫିକ,ଦୁର୍ଗାପୂଜା କମିଟିର ସମ୍ପାଦକ ଲଳିତ କୁମାର ଅଗ୍ରୱାଲ,ଟଂକଧର ଝାଙ୍କର, ଅବସର ପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଶିଶିର ସାହୁ,ନଥୁରାମ ଅଗ୍ରୱାଲ, ଆଇଆଇସି ନିର୍ମଳ ମହାପାତ୍ର, ବିଡ଼ିଓ ବିଶ୍ଵ ରଞ୍ଜନ କର,ସହକାରୀ ଯନ୍ତ୍ରୀ ନରେଶ କୁମାର ଅଗ୍ରୱାଲ, ଜିଲା ପରିଷଦ ସଭ୍ୟ ସୁବ୍ରତ କୁମାର ବେହେରା,ସରପଞ୍ଚ ଜିତେନ ଭୋଇ,ବଲବୀର ସିଂ ଠାକୁର,ବାବୁଲୁ ଦେବତା,ଅନୀଲ ପଧାନ,ତୁଷାରକାନ୍ତ ସାହୁ,ପୂର୍ବତନ ସରପଞ୍ଚ ରମାକାନ୍ତ ସାହୁ,ସଂଜୀବ ଝାଙ୍କର,ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.