ରଜ ପାଇଁ ୧୨ ତାରିଖରେ ରାତି କର୍ଫ୍ୟୁ କୋହଳ 

0

ଭୁବନେଶ୍ୱର : ମୁଣ୍ଡ ଉପରେ ରଜ | ପାର୍ବଣ ପାଇଁ କିଣାକିଣି କରିବା ସକାଶେ ଦିନକ ପାଇଁ ରାତି କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର | ରାଜ୍ୟ ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏକ ସଂଶୋଧିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରଜ ଉତ୍ସବ ଜୁନ ୧୪ ତାରିଖରୁ ଆରମ୍ଭ ହେଉଥବା ବେଳେ ରଜ ପାଇଁ ସନ୍ଧ୍ୟା ସମୟରେ କିଣାକିଣି କରିବାକୁ ୧୨ ତାରିଖ ଦିନ ସନ୍ଧ୍ୟା ୭ଟା ବଦଳରେ ରାତି ୧୦ ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ କୋହଳ କରାଯାଇଛି |  ଏହାକୁ ଛାଡି କର୍ଫ୍ୟୁର ଅନ୍ୟ ସମସ୍ତ କଟକଣା ଅପରିବର୍ତ୍ତିତ ରହିବ | ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଲକଡାଉନକୁ ଜୁନ ୩୧ ପର୍ଯ୍ୟନ୍ତ ବଢ଼ାଇ ଥିଲେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମକୁ କୋହଳ କରିଛନ୍ତି | ରାଜ୍ୟ ସରକାର ରାତି କର୍ଫ୍ୟୁ ଲାଗୁ କରିବା ସହ ୧୧ଟି ସମ୍ବେଦନଶୀଳ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରିଛନ୍ତି | ରଜର ପୂର୍ବଦିନ ଶନିବାର ଓ ପ୍ରଥମ ରଜ ରବିବାର ପଡ଼ୁଥବା ଯୋଗୁ ୧୨ ତାରିଖ ଦିନ କିଣାକିଣି କରିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ନାଇଟ କର୍ଫ୍ୟୁରେ କୋହଳ କରି ରାତି ୭ଟା ବଦଳରେ ରାତି ୧୦ଟା ପର୍ଯ୍ୟନ୍ତ କୋହଳ କରିଛନ୍ତି |  

Leave A Reply

Your email address will not be published.