ପାଟଣାଗଡ (ବିମଳ ଯାଦବ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ଧୁବଳପଡା ପଞ୍ଚାୟତର ରେଙ୍କାଟାସିଲ ଗାଁରେ ଆଜି ସନ୍ଧ୍ୟା ସମୟରେ କାଳ ବୈଶାଖୀ ପ୍ରଭାବରୁ ଜଣେ ବ୍ୟକ୍ତି ବଜ୍ରଘାତରେ ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଗଦନ ନାଗ (୫୦)। ସେ ଆଜି ସନ୍ଧ୍ୟା ସମୟରେ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଫେରିବାରୁ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରୁଥିବା ସମୟରେ ସେ ବନ୍ଦ ଆଡି ପାଖରେ ଥିବା ପଡିଆରେ ପଡିଥିବାର କିଛି ଲୋକ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ପରିବାର ଲୋକ ଓ ଗ୍ରାମର କିଛି ଲୋକ ସେଠାରେ ଯାଇ ପହଞ୍ଚିଥିଲେ। ସେତେବେଳକୁ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତେବେ ଖବର ଲେଖା ହେବା ପର୍ଯ୍ଯନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ନ ଥିବା ଜଣାପଡିଛି। ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଥିବା ବେଳେ ସେ ଜଣେ ଅତ୍ଯନ୍ତ ଗରିବ ଶ୍ରେଣୀର ଦିନମଜୁରିଆ ବୋଲି ଗାଁ ବାସୀଙ୍କ ପକ୍ଷରୁ ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.