ସରକାର ଆକାଉଣ୍ଟକୁ ଦେଲେ ୧୫୦୦, ସିଡିପିଓ ଲୋକ ଲଗେଇ ଆଦାୟ କରିନେଲେ

0

 ଗୁଣୁପୁର (ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ପ୍ରତି ଅଙ୍ଗନବାଡି କର୍ମୀଙ୍କ ଜମା ଖାତାକୁ ଔଷଧ ସରଞ୍ଜାମ କିଣିବାନିମନ୍ତେ 1500 ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଆସିଛି । ଏହି ଅନୁଦାନ ଆଇ.ସି.ଡି. ଏସ ଆମ୍ବ୍ରେଲା ସ୍କିମ ରେ ଖର୍ଚ୍ଚ କରିବାନିମନ୍ତେ ଯୋଗାଇ ଦିଆଯାଇଥିବା ଜଣାପଡିଛି । ପ୍ରଦତ୍ତ ଏହି ଅର୍ଥ ରାଶିକୁ କିଭଳି ଖର୍ଚ୍ଚ କରାଯିବ ଏବଂ ଏଥିରେ କଣ ସରଞ୍ଜାମ କିଣାଯିବ ଏନେଇ ଏକ ଚିଠା ମଧ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଏପରି ସ୍ଥଳେ ଗୁଣପୁର ଆଇ.ସି.ଡି.ଏସ ଅଧିକାରୀ ଅଧିନସ୍ଥ ସୁପର ଭାଇଜର ମାନଙ୍କ ସହଯୋଗରେ କର୍ମୀଙ୍କ ଠାରୁ ଏହି ଟଙ୍କା ମଗାଇ ନେଇଛନ୍ତି । ସୁପର ଭାଇଜରଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନବାଡି କର୍ମୀମାନେ ଏହି ଅର୍ଥକୁ ଜମାଖାତାରୁ ଉଠାଇ ପୈଠ କରିଛନ୍ତି । ଯଦ୍ୱାରା କରୋନା ସଂକ୍ରମିତ ଭଳି ଏକ ସମ୍ବେଦନଶୀଳ ଅବସ୍ଥାରେ କର୍ମୀମାନେ ଔଷଧ ସରଞ୍ଜାମ କ୍ରୟ ନକରି ହାତ ବାନ୍ଧି ବସିଛନ୍ତି  । ସମସ୍ତ କର୍ମୀଙ୍କ ଠାରୁ ଆଦାୟ ଅର୍ଥରେ ଏକାଥରେ ସରଞ୍ଜାମ କ୍ରୟକରି ଅଧିକାରୀ ସେଥିରୁ ପି.ସି ନେବା କ୍ରମରେ ଏହି ଯୋଜନା କରିଥିବା ଅଭଯୋଗ ହେଉଛି। ଏନେଇ ଅଧିକାରୀଙ୍କ ସହ ସାକ୍ଷାତ କରି ପଚାରି ବୁଝିବାରେ କ୍ୟାମେରା ଆଗରେ କିଛି କହିବାକୁ ମନା କରିବା ସହ ଓଲଟି ତାଙ୍କୁ ଏଭଳି ପ୍ରଶ୍ନ ପଚାରି ଟର୍ଚ୍ଚର କରାଯାଉଛି ବୋଲି ଅଭିଯୋଗ ଆଣୁଛନ୍ତି । ଆଇ.ସି.ଡି.ଏସ ଅଧିକାରୀ ସୁଶ୍ରୀ କାରନା ମୁର୍ମୁ ଙ୍କ ବିରୁଦ୍ଧରେ ବାରମ୍ବାର ବିଭିନ୍ନ ମହଲରୁ ଏପରିକି କର୍ମୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବ ରହୁଥିବା ଯୋଗୁ  କର୍ମୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟିକରିଛି।  ତୁରନ୍ତ ଏଦିଗରେ ସରକାର  ବ୍ୟକ୍ତିଗତ ନଜର ନଦେଲେ ଆଗାମୀ ଦିନରେ ଗୁଣପୁର ଶିଶୁ ସମନ୍ବିତ ଯୋଜନା କାର୍ଯ୍ୟାଳୟର ଔଦ୍ଧତ୍ୟ ବଢିବ। ଯାହାଫଳରେ ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଜନ ଆନ୍ଦୋଳନ ର ସମ୍ଭାବନାକୁ ଦୁରେଇ ଦିଆଯାଇନପରେ  ।

 

Leave A Reply

Your email address will not be published.