ତାଲୁକା ଆଇନ ସେବା ଆନୁକୂଲ୍ୟରେ ପଦ୍ମପୁର ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ

0

 02-05-18-padampur-w.jpg - 46.34 kB
ପଦ୍ମପୁର-ପଦ୍ମପୁର ତାଲୁକା ଆଇନ ସେବା କମିଟି ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପଦ୍ମପୁର ସିଭିଲ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ (ଏ.ଡି.ଜେ) ତଥା ତାଲୁକା ଆଇନ ସେବା କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ତଥା ଏହାର ଆଇନଗତ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ସମ୍ମାନୀତ ଅତିଥି ଭାବରେ ଏସ୍.ଡି.ଜେ.ଏମ୍  ମାନସ ରଞ୍ଜନ ରାୟ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ଶ୍ରମିକ ମାନେ କିପରି ଭାବରେ ତାଙ୍କ ଧାର୍ଯ୍ୟ ଅଧିକାର ପାଇ ପାରିବେ ସେ ବିଷୟ ଉପରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏ ଓ ଶାନ୍ତନୁ କୁମାର ତ୍ରିପାଠୀ ଯୋଗଦାନ କରି ଶ୍ରମିକ ଦିବସ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକ ନିରଞ୍ଜନ ତାଣ୍ଡି ତାଙ୍କର ଅଭିଞତା ବର୍ଣ୍ଣନା କରିବା ସହିତ ସେ କିଭଳି ନିର୍ଯାତିତ ହୋଇ ଫେରିଛନ୍ତି ବର୍ଣନା କରିଥିଲେ   ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ଫ୍ରଣ୍ଟ ଅଫିସ ରିଟେନର୍ ପ୍ରମୋଦ କୁମାର ବାରିକ,ଓକିଲ ସଂଘର ସଦସ୍ୟ ବୄନ୍ଦ, ତଥା ପାରାଲିଗାଲ ଭୋଲାଣ୍ଟିଆର ତଥା ଜନ ସାଧାରଣ ଉପସ୍ଥିତ ଥିଲେ ।ସଭା ଶେଷରେ ବରିଷ୍ଠ ଓକିଲ ସନ୍ତୋଷ କୁମର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 
Leave A Reply

Your email address will not be published.