ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ବିଶ୍ୱଶ୍ରମିକ ଦିବସ ପାଳନ

0

01-05-18-paradip.jpg - 148.90 kB 

ପାରାଦୀପ(ଉପେନ୍ଦ୍ର ଗୁରୁ) : ପୂର୍ବଭାରତ ତୈଳବିଶୋଧନାଗାର ଶ୍ରମିକ ସଂଘ, ପାରାଦୀପ ରିଫାଇନାରୀ ପରିସରରେ ବିଭିନ୍ନ କମ୍ପାନୀ ମାନଙ୍କରେ କାର୍ଯ୍ୟକରୁଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କୁ ନେଇ ଗଠିତ ଏକ ବୃହତ ସଂଗଠନ ।  ମଇ ଦିବସ ପବିତ୍ର ବିଶ୍ୱ ଶ୍ରମିକ ଦିବସ ଅବସରରେ ପାରାଦୀପ ଜିରୋପଏଣ୍ଟ ଠାରେ ପୂର୍ବଭାରତର ବିକାଶ ପଥର ରାସ୍ତାରେ ନିଜକୁ ଏକ ସ୍ୱତନ୍ତ୍ର ସ୍ଥାନ ନିଆର ଆଦର୍ଶ ପର୍ଯ୍ୟନ୍ତ ଆଶାଭରସାର ପ୍ରତିଷ୍ଠିତ  ହୋଇଥିବା ୨୬/୧୧/୨୦୦୦ର ସେହି ନବଜାତ ଶିଶୁଟି ୧୮ବର୍ଷରେ ପଦାର୍ପଣ କରି ପୂର୍ବାଞ୍ଚଳର ବିକାଶପଥର ବିଶାଳକାୟ ‘ପୂର୍ବଭାରତ ତୈଳ ବିଶୋଧନାଗାର’ ଶ୍ରମିକ ସଂଘ ‘ବିଶ୍ୱ ଶ୍ରମିକ ଦିବସ’  ପାଳନ ହୋଇଯାଇଛି । ଏହା ସକାଳ ୭ଘଟିକା ସମୟରେ ଜଗତଗୁରୁ  ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ ଦେବଙ୍କ ପୂଜାର୍ଚ୍ଚନା, ସକାଳ ୭.୩୦ମିନିଟ୍  ଅଠରବାଙ୍କି ଓ କୁଜଙ୍ଗ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗିମାନଙ୍କୁ ଫଳ ବଣ୍ଟନ ,ସକାଳ ୮ଘଟିକା ସମୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ , ସକାଳ ଘ୮.୩୦ମିନିଟ୍ରେ ବୃକ୍ଷରୋପଣ ଓ ପରିବେଶ ସଚେତନା କାର୍ଯ୍ୟକ୍ରମ, ସକାଳ ୯ଘଟିକା ବିଶ୍ୱ ଶ୍ରମିକ ଦିବସ ଅବସରରେ ପତାକା ଉତ୍ତୋଳନ , ସକାଳ ଘ୯.୧୫ରେ ସାଧାରଣ ସଭା ଓ କୃତୀ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ପୁରଷ୍କାର ପ୍ରଦାନ ଭଳି କାର୍ଯ୍ୟମାନ କରାଯାଇଥିଲା ତତ୍ ସହିତ ଅସହ୍ୟ ଗ୍ରିଷ୍ମ ତାପରୁ ଲାଘବ ପାଇଁ ଥଣ୍ଡା ଦହି ପାଣିର ବନେ୍ଦାବସ୍ତ ସହିତ ଘ ୧୧.୩୦ମିନିଟ୍ ସମୟରେ ଆନନ୍ଦବଜାର ବ୍ୟବସ୍ଥା କରାଯାଇଥିଲା ।  ଜଗତଗୁରୁ ଠାକୁର ପରମହଂସଙ୍କର ଅଶେଷ କରୁଣାକୁ ପ୍ରାଥେୟ କରି ନିଜକୁ ଏକ ସେବକ ଭାବି ଓଡିଶା ଜନସାଧାରଣ, ମା, ମାଉସୀ, ଭଉଣୀ ଓ ଭାଇଙ୍କ ଆର୍ଶିବାଦ ବୁଦ୍ଧିଜୀବିଙ୍କ ସୁପରାମର୍ଶ , ଗଣମାଧ୍ୟମକୁ ଅଯୋଚିତ ସମ୍ମାନ ରାଜନୀତିର ବିଚାର ଧାରାକୁ ଶ୍ରେୟ ମନେକରି ପ୍ରସାସନକୁ ଯଥେଷ୍ଟ ନ୍ୟାୟୋଚିତ ସମ୍ମାନ, କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଓ  ଶ୍ରମିକ ମାନଙ୍କୁ ହୃଦୟ ଦେଇ ଭଲ ପାଉଥିବା ଏ ଅଞ୍ଚଳର ଲଢୁଆ ପୁଅ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ନିଜର ସାଂଗଠନିକ ବଳିଷ୍ଠ  ବ୍ୟକ୍ତିତ୍ୱ ପରିଚୟ ଥାଇ ୮ଗୋଟି ଅନୁଷ୍ଠାନକୁ ବାକ୍ ଚାତୁର୍ଯ୍ୟରେ ପରିଚାଳନା କରିବାର ନିଆରଧାର ଅଞ୍ଚଳ ପାଇଁ ଉଦାହରଣ ହୋଇ ଚର୍ଚ୍ଚାର ବିଷୟ ହୋଇପାରିଛନ୍ତି । ଆଜିର ଏହି ବିଶ୍ୱ ଶ୍ରମିକ ଦିବସ ମହାନୀୟତା ଓ ବିଭିନ୍ନ ଅନୁଷ୍ଠାନର ସଭାପତି ଭାବେ ଥାଇ ବୈପ୍ଳବିକ ବିକାସ, ସ୍ୱଚ୍ଛ ଚାରିତା ଆଦର୍ଶ, ସାମାଜିକ ସେବାର ନିଷ୍ଠା -ପରିଯୋଜନା କର୍ମ ସଂସ୍ଥାନ ନିୟୋଜିତରେ ବୃଦ୍ଧିମତାର ପ୍ରତିୟ ଶ୍ରୀ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଉପାଧ୍ୟକ୍ଷ ରାଜ୍ୟ ଯୋଜନାବୋର୍ଡ , ଓଡିଶା ତଥା ଆବାହକ ରାଜ୍ୟ ବିଜେଡି ଦଳିତ ସେଲର  ବିଷ୍ଣୁ ଦାସ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ପ୍ରାପ୍ତନ ପ୍ରଧାନ ଶିକ୍ଷକ   ମନୋରଞ୍ଜନ ଦାସ ପାରାଦୀପ ମୁନିସିପାଲଟି ହାଇସ୍କୁଲ, ସମ୍ମାନିତ ଅତିଥିଭାବେ ଅଏଲରିଫାଇନାରି କଣ୍ଟ୍ରାକ୍ଟ ଲେବର କୋଅପରେଟିଭ୍ ସୋସାଇଟିର ସଭାପତି ମନିନ୍ଦ୍ର ଗୁରୁ, ପାରାଦୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘର ସଭାପତି  ଚିନ୍ମୟ ଦାସ, ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି  ଦୀଲ୍ଲିପ କୁମାର ବେହେରା, ଜଗତସିଂହପୁରଜିଲ୍ଲାର ଛାତ୍ର ବିଜେଡି ସଭାପତି ପ୍ରଦିପ୍ତ ଭୂୟାଁ ଓ ସମ୍ପାଦକ ବିଜୟ ଶଙ୍କର ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ । ଅତିଥିମାନେ ଶ୍ରମିକ ମାନଙ୍କୁ ମଇ ଦିବସରେ ଗୁୁରୁତ୍ୱ ଓ ଆଗାମୀ ଦିନରେ କିପରି ଏକତ୍ରୀତ ହୋଇ ସଭାପତିଙ୍କ କାର୍ଯ୍ୟକଳାପକୁ ଅନୁସରଣ କରିବାପାଇଁ ଉଦ୍ବୋଧନ ଦେଇଥିଲେ ଏବଂ ଉତ୍ତମ ଶ୍ରମିକ ମାନଙ୍କୁ ପୁରଷ୍କୃତ କରିଥିଲେ । ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପଦ୍ମଲୋଚନ ଦାଶ , ସମ୍ପାଦକୀୟ ବିବରଣୀ ପାଠ କରି ସଭା ପରିଚାଳନା କରିଥିଲେ । ଏହି ସଭାରେ ୮ଗୋଟି ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ କରିଥିଲେ ।      

 

 

 

 

Leave A Reply

Your email address will not be published.