ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ାରେ ସୋମବାର ଦିନ ଠାରୁ କର୍ମଚାରୀବୃନ୍ଦ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆରମ୍ଭ କରିଥିବା ଦେଖଗିବାକୁ ମିଳିଛି। ଆଜି ବୁଗୁଡା ଏନଏସି ର ୧୧ ନମ୍ବର ୱାର୍ଡରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସୁପରଭାଇଜ ଜି.ରଶ୍ମି, ମହିଳା ସ୍ୱାସ୍ଥ୍ୟ କର୍ମୀ ଟୁକୁନି ସ୍ଵାଇଁ, ଶିକ୍ଷକ ସନ୍ତୋଷ କୁମାର ବେହେରା ଓ ଅଙ୍ଗନବାଡି କର୍ମୀ ସନ୍ଧ୍ୟା ରାଣୀ ନାୟକ ପ୍ରମୁଖ ସମସ୍ତଙ୍କ ସ୍କ୍ରିନିଂ କରିଛନ୍ତି। ସେହିପରି ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଆଜିଠାରୁ ସାରା ଜିଲ୍ଲାରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.