ସମ୍ବଲପୁର ବେସରକାରୀ ବସ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର 

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):   କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶ ଲକଡ଼ାଉନ ରେ । ଲକଡାଉନ ଦ୍ୱାରା ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ରେ ସମାଜ ର ସମସ୍ତ ବର୍ଗ ର ଲୋକେ ପ୍ରଭାବିତ । ବିମାନ ସେବା, ରେଳ ସେବା ଭଳି ସମସ୍ତ ସରକାରୀ ଓ ବେସରକାରୀ ବସ ସେବା ମଧ୍ୟ ବନ୍ଦ ରହିଛି । ସମଗ୍ର ଦେଶ ଓ ରାଜ୍ୟ ଭଳି ସମ୍ବଲପୁର ରେ ବେସରକାରୀ ବସ ରେ କାର୍ଯ୍ୟରତ ହଜାର ହଜାର ସଂଖ୍ୟକ ଶ୍ରମିକ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ।  ରୋଜଗାର ବନ୍ଦ ହେବା ଫଳରେ ବସ ଚାଳକ, କଣ୍ଡକ୍ଟର, ସହାୟକ, ସଫେଇ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

 ବିଭିନ୍ନ ସମସ୍ୟାର ସମାଧାନ ଓ ଛ ଦଫା ଦାବୀ ନେଇ ଆଜି ବେସରକାରୀ ବସ କର୍ମଚାରୀ ସଂଘ ର ପଦାଧିକାରୀ ଓ କର୍ମଚାରୀ ମାନେ ଆଜି ପହଞ୍ଚିଥିଲେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ । ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ଉପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ସବୁ ବିଷୟରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡିକ ହେଲା ସେମାନଙ୍କୁ ପରିବହନ ଶ୍ରମିକ ର ମାନ୍ୟତା ସହ ଶ୍ରମ ବିଭାଗ ରେ ପଞ୍ଜିକୃତ କରାଯାଉ |  କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ର ମାନ୍ୟତା ପ୍ରଦାନ, ଅନ୍ୟାନ୍ୟ କୋଭିଡ ଯୋଦ୍ଧା ଙ୍କ ଭଳି କର୍ମଚାରୀଙ୍କୁ ବୀମା ଭୁକ୍ତ କରାଯାଉ, ତିନି ମାସର କ୍ଷତି ପୂରଣ, ବସ ଷ୍ଟାଣ୍ଡରେ ଏକ ବିଶ୍ରାମ ଗୃହ ନିର୍ମାଣ ଭଳି ଅନେକ ଦାବୀ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି ।

ଆଜିର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକ କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି  ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡାଇ କର୍ମଚାରୀ ସଂଘ ର ଉପସଭାପତି ମହମ୍ମଦ ସଲିମ ସାଧାରଣ ସମ୍ପାଦକ ସୁବେସ ମୁଣ୍ଡା କୋଷଧକ୍ଷ ଧର୍ମୁ ପାଢ଼ୀ ସହ ସମ୍ପାଦକ ଦେବେନ୍ଦ୍ର ଦେହୁରିଆ ଓ ବହୁ ବସ ଚାଳକ, କଣ୍ଡକ୍ଟର, ସହାୟକ, ସଫେଇ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.