“କେନ୍ଦ୍ର ସରକାରଙ୍କ ଏକ ରାଷ୍ଟ୍ର ଏକ ବଜାର ନୀତି ଘୋଷଣା ଚାଷୀଙ୍କ ପାଇଁ ବରଦାନ ସଦୃଶ୍ୟ”

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ  କୃଷି ଓ କୃଷକର ସର୍ବାଙ୍ଗୀନ ବିକାଶ ପାଇଁ ଏକ ରାଷ୍ଟ୍ର ଏକ ବଜାର ନୀତି  ଘୋଷଣା କରିଛନ୍ତି । ଗଜପତି ଜିଲ୍ଲାର ଚାଷୀ ଏହାକୁ ସ୍ୱାଗତ କରିବା ସହ ଏଭଳି ନୀତି ସେମାନଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଥିବା ଯୋଗୁଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।

  ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ  ମଧୁସୂଦନପୁର ପଞ୍ଚାୟତ ମଧୁସୂଦନପୁର ଗ୍ରାମର  ଦୁଇ ଜଣ ଚାଷୀ ଜନାର୍ଦ୍ଧନ ପାତ୍ର ଏବଂ ନାଲାନା ପ୍ରବୀନ କହିଛନ୍ତି ଯେ ,  ସେମାନେ ଏକ ଏକର ଲେଖାଏଁ ଚାଷ ଜମିରେ ବିଭିନ୍ନ ପ୍ରକାରର ପନିପରିବା ଯଥା ଭେଣ୍ଡି , ଝୁଡୁଙ୍ଗ , ବାଇଗଣ , ଟମାଟ, ପ୍ରଭୃତି ଚାଷ  ପ୍ରତିବର୍ଷ କରି ଆସୁଅଛନ୍ତି । ହେଲେ ବିକ୍ରିବଟାରେ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ପାଇ ପାରୁନଥିଲେ । ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଇ ଗତ ତିନିଦିନ ପୂର୍ବେ  କୃଷି ଓ କୃଷକର ଉନ୍ନତି ପାଇଁ ଏକ ରାଷ୍ଟ୍ର ଏକ ବଜାର ନୀତି ଘୋଷଣା କରିଛନ୍ତି ।ଏଭଳି ଘୋଷଣା ନୀତି ଦ୍ୱାରା ଆମେ ଚାଷୀକୁଳ ବେଶ ଖୁସି ଏବଂ ଏହାଦ୍ୱାରା ଆମେ ବେଶ ଉପକୃତ ହେବୁ ବୋଲି ଆଶା ରଖିଛୁ।  ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ଚାଷୀମାନେ କହିଛନ୍ତି ।

 

Leave A Reply

Your email address will not be published.