କୂଅରେ ଶ୍ବାସରୁଦ୍ଧ ହୋଇ ଗଲା ଦୁଇ ଭାଇଙ୍କ ଜୀବନ

0

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଦୁଇ ଭାଇ କୂଅ ସଫା କରିବାକୁ ଯାଇ ଶ୍ବାସରୁଦ୍ଧ ହୋଇ ଶନିବାର ଦିନ ଅପରାହ୍ନରେ ପ୍ରାଣ ହରାଇଛନ୍ତି। ଘଟଣାରୁ ଜଣା ପଡିଛିଯେ ଜଗତପାଟଣା ଗ୍ରାମର ଟୁକୁନା ପ୍ରଧାନ ଓ କୈଳାଶ ପ୍ରଧାନ ଦୁଇଭାଇ ନିଜ ଘରର ବାରିପଟେ ଥିବା କୂଅକୁ ସଫା କରିବା ପାଇଁ କୂଅ ଭିତରକୁ ଯିବାପରେ ଶ୍ଵାସରୁଦ୍ଧ ହୋଇ ଚିତ୍କାର କରି ପ୍ରାଣ ହରାଇଥିଲେ। ଚିତ୍କାର ଶୁଣି ଆଉ ଜଣେ ବ୍ୟକ୍ତି କୂଅ ଭିତରେ ଥିବା ଦୁଇ ଭାଇଙ୍କ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣାପଡିଛି। ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇ ଟୁକୁନା ଓ କୈଳାଶ ଙ୍କ ମର ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Leave A Reply

Your email address will not be published.