ଭୁବନେଶ୍ୱର (ଶାସକ ପ୍ରଶାସକ) : ଏକ ଗୁରୁତ୍ୱପୁର୍ଣ ଘଟଣାକ୍ରମରେ ଆଜି ସକାଳେ ବରିଷ୍ଠ ଆଇଏଏସ ଅଫିସର ତଥା ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ରାଜ୍ୟ ସରକାର କୋବିଦ ୧୯ ପରଚେଜ କମିଟୀରୁ ହଟାଇବା ପରେ ଆଉ ଏକ ଆଦେଶ ବଳରେ ଆଉ ୧୦ ଜଣଙ୍କୁ କୋଭିଡି ପରିଚାଳନା ଡିଉଟିରୁ ଅବ୍ୟାହତି ଦେଇଛନ୍ତି | ସେମାନେ ହେଲେ ସୁରେନ୍ଦ୍ର କୁମାର, ଅନୁ ଗର୍ଗ, ବିଶାଳ ଦେବ, କ୍ରିଷନ କୁମାର, ଅରବିନ୍ଦ ଅଗ୍ରୱାଲ, ସଚିନ ଯାଦବ, ରଶ୍ମିତା ପଣ୍ଡା, ଭିନୀଲ କୃଷ୍ଣ ଓ ଭୁପେନ୍ଦ୍ର ପୁନିଆ | ଗତ କିଛି ଦିନ ଧରି କୋବିଦ ଖରିଦକୁ ନେଇ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଆଜି ସକାଳେ ହେମନ୍ତ ଶର୍ମାଙ୍କୁ କୋବିଦ ୧୯ ପରଚେଜ କମିଟୀରୁ ହଟାଇବାନେଇ ସାମାଜିକ ଗଣାମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା | ହେଲେ ଆପାତତଃ ସେହି ଚର୍ଚାକୁ ହାଲକା କରିବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୦ ଜଣ ଆଇଏସ ଅଫିସରଙ୍କୁ କୋବିଦ ଦାୟିତ୍ୱରୁ ଅନ୍ତର କରିଥିଲେ |
Sign in
Sign in
Recover your password.
A password will be e-mailed to you.