ପିଲା ଓ ଅଭିଭାବକଙ୍କ ଭିତରେ ଖୁସିର ଲହରୀ : କିସ ଶିକ୍ଷାନୁଷ୍ଠାନ ପକ୍ଷରୁ ପୁସ୍ତକ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

0 1

କୁଚିଣ୍ଡା/ଜମନକିରା- ଉପଖଣ୍ଡ ପ୍ରତିନିଧି ଅଜୟ କୁମାର ବାଘ : ଲକଡାଉନ ଯୋଗୁଁ ‘କିସ’ର ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଇପାରୁନାହାନ୍ତି। ଯାହା ଫଳରେ ତାଙ୍କ ପାଖରେ  ପାଠ ପଢ଼ିବାରେ କିଛିଟା ଅସୁବିଧା ରହୁଥିଲା। ଏହାକୁ ଦୃଷ୍ଟିରେ ରଖି କିସ ଓ କୀଟର ପ୍ରତିଷ୍ଠାତା ଡ଼ା. ଅଚ୍ୟୁତ ସାମନ୍ତ ତାଙ୍କ ପାଇଁ ସମସ୍ତ ପାଠ୍ୟ ପୁସ୍ତକ ତାଙ୍କ ଘରକୁ ପଠାଇ ଦେଇଛନ୍ତି। କୁଚିଣ୍ଡା  ଉପଖଣ୍ଡର ଜମନକିରା ବ୍ଲକ ଫାସିମାଲ ପଚାଂୟତ କାର୍ଯ୍ୟାଳୟ ଠାରେ  କିସର ଛାତ୍ର ଛାତ୍ରୀ ଏବଂ ତାଙ୍କର ଅଭିଭାବକ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଏହା ସହ କିସ ପ୍ରତିଷ୍ଠାତା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଡାଲି, ଚୁଡା , ବିସ୍କୁଟ ଓ ସାବୁନ ମଧ୍ୟ ପଠାଇଛନ୍ତି। ପୁସ୍ତକ ବଣ୍ଟନ ବେଳେ ସାମାଜିକ ଦୁରତ୍ଵକୁ ଧ୍ୟାନ ଦିଆ ଯାଇଥିଲା l ପାଠ୍ୟ ପୁସ୍ତକ ପାଇଁ ଅଭିଭାବକ ମାନେ ଖୁସି ପ୍ରକଟ କରିବା ସହ ଡ଼. ସାମନ୍ତଙ୍କୁ ବହୁତ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସହଯୋଗ କରିଥିଲେ ।। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଭୋଇ, “କିସ” ର ଜିଲ୍ଲା ସଂଯୋଜକ ଆକାଶ ବିଶ୍ୱକର୍ମା, କୁଚିଣ୍ଡା ଆଦିବାସୀ କଲ୍ୟାଣ ସଂଘ ସଭାପତି ଜୟନ୍ତ କୁମାର ପ୍ରଧାନ, ସାଂଗଠନିକ ସଂପାଦକ ଦେବରାଜ ବିଶ୍ୱାଳ ପ୍ରମୁଖ ସାମିଲ ହୋଇ ପରିଚାଳନା କରିଥିଲେ । ଏହି ଅବସରରେ ଦ୍ବିତୀୟରୁ ପଞ୍ଚମ ଶ୍ରେଣୀ ଓ ଷଷ୍ଠ ରୁ ପୋଷ୍ଟ ଗ୍ରାଜୁଏଟ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କୁ ୨ ଟି ବର୍ଗରେ ବିଭକ୍ତ କରାଯାଇ ଶତାଧିକ ସଂଖ୍ୟାରେ ବହିପତ୍ର, ପଢା ସାମଗ୍ରୀ,ଚୁଡ଼ା, ଡାଲି, ବିସ୍କୁଟ, ସାବୁନ ସେନିଟାଇଜର ଆଦି ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ପାଳନ, ମାସ୍କ ବ୍ୟବହାର, ବାରମ୍ବାର ହାତ ଧୋଇବା ପ୍ରଣାଳୀ, ବିନା କାରଣରେ ଘରୁ ନ ବାହାରିବା ଆଦି ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା ।

Leave A Reply

Your email address will not be published.