ବିଜେପୁର/ରାଜେଶ୍ୱର ବେହେରା : କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର ତଥା ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ସେମାନେ କର୍ତ୍ତବ୍ଯ ସଂପାଦନ କରୁଛନ୍ତି। ତେଣୁ ସେମାନଙ୍କୁ ଉତ୍ସାହିତ କରିବାକୁ ସମ୍ବର୍ଦ୍ଧନା ଦେବାର ଆବଶ୍ଯକତା ରହିଛି। ଏହିପରିପ୍ରେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଗଣ ଆଗେଇ ଆସି ଉଦାହରଣ ସାଜିଛନ୍ତି। ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ଯରତ ଡାକ୍ତର, ନର୍ସ, ଆଶାକର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅଗ୍ନିଶମ କାର୍ଯ୍ୟାଳୟ ପରିସରେ ଆଗ୍ନେୟକମାନଙ୍କୁ, ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଅଙ୍ଗନବାଡି କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରାଯାଇଥିଲା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଜେପୁର ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ତଥା ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଛାତ୍ରନେତା ସମୀର ସୁନା, ବରଗଡ଼ ଜିଲ୍ଲା ପ୍ରମୁଖ ସୁରଜ ରଣା, ସୁମନ୍ତ ପଟେଲ, ଚିନ୍ମୟ ପଧାନ, ମହେଶ ବେହେରା, ନିତେଶ ମେହେର, ଗଣେଶ ସାହୁ ପ୍ରମୁଖ ସକ୍ରିୟ ଭାବେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.