ଟିଟିଲାଗଡ (ଗୌରବ ଦର୍ଜୀ)- Covid-19 ର 5.0 ରେ ସାରା ଦେଶରେ ସାଧାରଣ ଜନତାଙ୍କୁ କିଛି ମାତ୍ର ରେ ରିହାତି ଦିଆଯାଇଛି। ଯାହା ଫଳରେ ଦୋକାନ ବଜାର ଖୋଳା ଯାଇପାରୁଛି। ଯାନବାହାନ ଗମନାଗମନ କରିବା ପାଇଁ ଜନସାଧାରଣ ଆଶ୍ଵସ୍ଥି ପାଇଲେ। କିନ୍ତୁ ସରକାର ନିର୍ଦେଶ ଜାରି କରିଛନ୍ତି ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁ ରେ ସଦା ସର୍ବଦା ମାସ୍କ ବ୍ୟବହାର କରିବେ ନଚେତ୍ ଫାଇନ ଦେବା ସହିତ covid-19 ଆଇନ୍ ଅନୁଯାୟୀ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାକୁ ନେଇ କିଛି ଦିନ ତଳେ ଟିଟିଲାଗଡ ପ୍ରଶାସନ ତରଫରୁ ବିଜ୍ଞପ୍ତି ଜାରି କରିଥିଲେ ଓ ଡାକବାଜି ଯନ୍ତ୍ର ଦ୍ବାରା ସହର ସାରା ପ୍ରଚାର ମଧ୍ୟ କରିଥିଲେ। କିନ୍ତୁ କିଛି ବ୍ୟକ୍ତି ସରକାରଙ୍କ ଆଇନ୍ କୁ ଅମାନ୍ୟ କରି ସାମାଜିକ ଦୂରତା ମଧ୍ୟ ରକ୍ଷା କରୁ ନାହାନ୍ତି । କେବଳ ସେତିକି ନୁହେଁ ମୁହଁ ରେ ମାସ୍କ ମଧ୍ୟ ବ୍ୟବହାର କରୁନାହାଁନ୍ତି। ସେଥିପାଇଁ ଟିଟିଲାଗଡ ପୋଲିସ ପକ୍ଷରୁ କଡା କଡ଼ି କରାଯାଉଛି। ଟିଟିଲାଗଡ ପୋଲିସ ସହର ର ବିଭିନ୍ନ ସ୍ଥାନରେ ଜଗି ମାସ୍କ ନ ପିନ୍ଧିଥିବା ଲୋକ ମାନଙ୍କୁ ଅଟକାଇ ଫାଇନ ଆଦାୟ କରିବା ସହ ପୁନର୍ବାର ଏହି ପରି ଭୁଲ୍ ନ ହୁଏ ସେଥି ପ୍ରତି ତାଗିଦ୍ କରିବା ସହ କରୋନା ଭାଇରସ ର ଭୟାବହତା ସମ୍ପର୍କ ରେ ବୁଝାଉଛନ୍ତି। କିନ୍ତୁ ସାଧାରଣ ଜନତାଙ୍କ କହିବା ଅନୁସାରେ ଫାଇନ ଆଦାୟ କରୁଥିବା ସମୟ ରେ ଉକ୍ତ ବ୍ୟକ୍ତି ମାନଙ୍କୁ ମାସ୍କ ଗୋଟିଏ ଲେଖାଏଁ ଦେବା ଉଚିତ୍ ଯାହା ଫଳରେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଙ୍କ ପାଇଁ ସାହାଯ୍ୟ ର ରୂପ ନେବ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ପାଇଁ ସଚେତନତା ର ରୂପ ନେବା। ଯାହା ଫଳରେ ସେମାନେ ଆଗାମୀ ସମୟ ରେ ଭୁଲ୍ ର ପୁନରାବୃତ୍ତି କରିବେ ନାହିଁ। କିଛି ଜ୍ଞାନୀ ବ୍ୟକ୍ତି ଙ୍କ ମତରେ ଲୋକମାନଙ୍କ ଠାରୁ ଫାଇନ ଆଦାୟ କରିବା ପରିବର୍ତ୍ତେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି କି ମାସ୍କ ବ୍ୟବହାର କରୁନାହାଁନ୍ତି। ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଉଚିତ୍।
Sign in
Sign in
Recover your password.
A password will be e-mailed to you.