ଟିଟିଲାଗଡ ରେ ଆଧାର କାର୍ଡ ପାଇଁ ଲୋକ ହନ୍ତସନ୍ତ।

0

ଟିଟିଲାଗଡ (ଗୌରବ ଦର୍ଜୀ): Covid-19 ପାଇଁ ସାରା ଦେଶ ରେ ଲକ୍ ଡାଉନ୍ ଚାଲିଥିବା ବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିଛି ମାତ୍ର ରେ ରାହାତ୍ ଦେଇଛନ୍ତି। ସରକାରୀ କାର୍ଯ୍ୟ ପାଇଁ ସରକାର ଆଧାର କାର୍ଡ କୁ ଅନିବାର୍ଯ୍ୟ କରିଛନ୍ତି। ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ନିଶ୍ଚିତ ଭାବରେ ଭାରତ ର ଜନସାଧାରଣଙ୍କୁ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ଦେଶ ର ସବୁ ସହରରେ ଆଧାର କାର୍ଡ ନୂତନ ଭାବେ ତିଆରି କରିବା ପାଇଁ ଓ ସଂଶୋଧନ କରିବା ପାଇଁ  ଆଧାର ସେଣ୍ଟର୍ ପ୍ରତିଷ୍ଠା କରିଛନ୍ତି। ସେହିପରି ଟିଟିଲାଗଡ ରେ ମଧ୍ୟ ଏକ ମାତ୍ର ଆଧାର ସେଣ୍ଟର୍ ଅଛି। ଟିଟିଲାଗଡ ର ଆଧାର ସେଣ୍ଟର୍ କୁ ଛାଡି ଦେଲେ ଦୂର ଦୂର୍ ପର୍ଯ୍ୟନ୍ତ ଅନ୍ୟ କୌଣସି ଆଧାର ସେଣ୍ଟର୍ ନ ଥିବାରୁ  ଟିଟିଲାଗଡ ସହିତ ଆଖପାଖ ଅଞ୍ଚଳର ପ୍ରାୟ ବଲାଙ୍ଗୀର ଜିଲ୍ଲା , କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲା ରୁ ଅନେକ ଲୋକ ଏହି ଗୋଟିଏ ଆଧାର ସେଣ୍ଟର୍ ଉପରେ ନିର୍ଭର କରୁଛନ୍ତି। ଜଣେ ମାତ୍ର ବ୍ୟକ୍ତି ସେଠାରେ ଆଧାର କାର୍ଡର କାମ କରୁଥିବାରୁ ସେଠାରେ ପ୍ରତିଦିନ ପ୍ରଚୁର ଭିଡ଼ ଦେଖା ଯାଉଛି। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ଦେଖିବାକୁ ମିଳୁ ନାହିଁ କି ମୁହଁରେ ମାସ୍କ୍ ମଧ୍ୟ ଦେଖିବାକୁ ମିଳୁନାହିଁ। ଆଉ ଏକ ବଡ଼ ସମସ୍ୟା ଏହି ଯେ  ଆଧାର ସେଣ୍ଟର୍ ଥିବା ସ୍ଥାନରେ ରାସ୍ତା ଅଣଓସାରଆ। ଯାନବାହାନ ପାର୍କିଂ ପାଇଁ ସ୍ଥାନ ନାହିଁ। ତେଣୁ ରାସ୍ତା ସବୁ ସମୟରେ ଟ୍ରାଫିକ ଲାଗି ରହୁଛି। ଯେଉଁଥି ପାଇଁ ସ୍ଥାନୀୟ ଲୋକଙ୍କ ଯିବା ଆସିବା ରେ ଅନେକ ଅସୁବିଧା ର ସମ୍ମୁଖୀନ ହେବା ଅଭିଯୋଗ କରିଛନ୍ତି। ଟିଟିଲାଗଡ ପ୍ରଶାସନକୁ ଏଥିପ୍ରତି ଧ୍ୟାନ ଦେବା କୁ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.