ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ପୋଲିସ ଆଜି ସ୍କ୍ରାପ୍ ଚୋରା ଚାଲାଣ ହେଉଥିବା ସମୟରେ ଏକ ପିକଅପ ଭ୍ୟାନକୁ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଆଜାଦ ବସ୍ତି ଅଞ୍ଚଳର ଏମଡି ସଲିମ(୩୬)। ଏକ ପିକଅପରେ ସ୍କ୍ରାପ୍ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ପୋଲିସ ପୌରପାଳିକା ନିକଟସ୍ଥ ରେଲୱେ କ୍ରସିଂ ନିକଟରୁ ଏହି ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ ନଂ ଓଆର୦୯ଇ ୯୫୭୧କୁ ଜବତ କରିଥିଲା। ଗାଡ଼ିରେ ଆନୁମାନିକ ୨୦ କ୍ୱିଣ୍ଟାଲ ସ୍କ୍ରାପ୍ ଵୋଝେଇଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.